ବଡ଼ ଭାଇର ପୂରା ପରିବାରକୁ ସଫା କରିଦେଲା ସାନ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

ବଡ଼ ଭାଇର ପୂରା ପରିବାରକୁ ସଫା କରିଦେଲା ସାନ ଭାଇ

ବଣାଇ(ରଣଜିତ ଚୌଧୁରୀ): ଜମିବାଡ଼ି ଓ ଟଙ୍କାପଇସାକୁ ନେଇ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇଙ୍କ ପୂରା ପରିବାରକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ।

ମୃତକମାନେ ହେଉଛନ୍ତି- କାନ୍ଦେ ମୁଣ୍ଡା, ତାଙ୍କ ସ୍ତ୍ରୀ ସିମୁଳି ମୁଣ୍ଡା ଓ ସେମାନଙ୍କର ଦୁଇ ଶିଶୁ ମାମଲି ମୁଣ୍ଡା(୭) ଏବଂ ମାରା ମୁଣ୍ଡା (୫)। ଅଭିଯୁକ୍ତଙ୍କ ନାଁ କାଳୀ ମୁଣ୍ଡା। ସେ କାନ୍ଦେ ମୁଣ୍ଡାଙ୍କ ସାନ ଭାଇ।

ସୂଚନା ଅନୁଯାୟୀ, କାଳୀ ମୁଣ୍ଡା ତାଙ୍କ ବଡ଼ ଭାଇ କାନ୍ଦେ ମୁଣ୍ଡାଙ୍କ ମଧ୍ୟରେ ଜମିବାଡ଼ି ଓ ଟଙ୍କାପଇସାକୁ ନେଇ ପୂର୍ବରୁ ଗଣ୍ଡଗୋଳ ରହିଥିଲା। ଗତକାଲି ରାତିରେ କାଳୀ ଓ କାନ୍ଦେଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଳୀ ପ୍ରଥମେ କାନ୍ଦେ ମୁଣ୍ଡାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହାପରେ ତା’ ଭାଉଜ ଓ ତାଙ୍କ ଦୁଇ ଶିଶୁକୁ ହତ୍ୟା କରିଥିଲା। ଏହି ଘଟଣା ପରେ କାଳୀ ମୁଣ୍ଡା ଫେରାର୍ ହୋଇ ଯାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏଥିସହ କାଳୀ ମୁଣ୍ଡାକୁ ଅଟକ ରଖି ପଚରାଉଚରା କରୁଛି।

 



from Odisha Reporter https://ift.tt/39Ex8pq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages