ଚାରି ବର୍ଷ ହେଲାଣି ସରିପାରୁନି ଅଙ୍ଗନବାଡ଼ି ଘର ନିର୍ମାଣ କାମ; ଗଛ ମୂଳେ ପାଠ ପଢ଼ୁଛନ୍ତି କୁନି କୁନି ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

ଚାରି ବର୍ଷ ହେଲାଣି ସରିପାରୁନି ଅଙ୍ଗନବାଡ଼ି ଘର ନିର୍ମାଣ କାମ; ଗଛ ମୂଳେ ପାଠ ପଢ଼ୁଛନ୍ତି କୁନି କୁନି ଛୁଆ

ବିନିକା (ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକାର ବାଙ୍କିଘିର୍ଡି ପଞ୍ଚାୟତ ଅନ୍ତର୍ଗତ ଅରିଗାଁରେ ତିନିଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସେଥିମଧ୍ୟରୁ ଅରିଗାଁ-୧ ଏବଂ ଅରିଗାଁ-୩ର ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ୨୦୧୬-୨୦୧୭  ମସିହାରେ ୧୪ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି କୋଠା ଘର କାମ ଆରମ୍ଭ ହୋଇଥିଲା। ହେଲେ ଛାତ ପଡ଼ିବା ପରେ ଦୁଇଟି ଯାକ ଅଙ୍ଗନବାଡ଼ିର କାମ ବନ୍ଦ ହୋଇପଡ଼ିଛି। ଇତି ମଧ୍ୟରେ ଚାରି ବର୍ଷ ବିତି ଯାଇଥିଲେ ସୁଧା କାମ ସରି ପାରୁ ନାହିଁ। ଫଳରେ ଏହି ଦୁଇଟି କେନ୍ଦ୍ରର  ୩୦ ଜଣ ପିଲା ଗଛ ମୂଳେ ବସି ପାଠ ପଢ଼ୁଛନ୍ତି।

ଏନେଇ ଅରିଗାଁ-୧ର ଅଙ୍ଗନବାଡ଼ି କର୍ମୀ ରାଖୀ ଆଚାର୍ଯ୍ୟ କହିଛନ୍ତି, “ଆମେ ପିଲାମାନଙ୍କୁ ଗଛ ତଳେ ଜରି ପକାଇ ପଢ଼ାଉଛୁ। ଏନେଇ ଆମେ ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ। ହେଲେ ପିଲାମାନଙ୍କୁ ସ୍କୁଲ ବାରଣ୍ଡାରେ ବସାଇ ପାଠ ପଢାଇବାକୁ କହାଯାଉଛି।”

ଅରିଗାଁ-୩ର ନିଜସ୍ୱ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ସେଠାକାର ପିଲାମାନେ ଅରିଗାଁ-୧ର ପୁରୁଣା ଅଙ୍ଗନବାଡ଼ି କୋଠା ଘରେ ବସି ପାଠପଢ଼ୁଥିଲେ। ହେଲେ ଏହି ଅଙ୍ଗନବାଡ଼ି କୋଠାର ଛାତ ଉପରୁ ସିମେଣ୍ଟ ଅତଡ଼ା ଖସିବାରୁ ୪ ବର୍ଷ ହେବ ଦୁଇଟି କେନ୍ଦ୍ରର ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ଏକ ଗଛ ମୂଳେ ବସି ପାଠ ପଢ଼ୁଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ  ପିଲାଙ୍କୁ ଖାଇବା ଠାରୁ ଆରମ୍ଭ କରି ପାଠପଢ଼ାରେ ଅସୁବିଧା ହେଉଥିବା ଅଙ୍ଗବାଡ଼ି କର୍ମୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଅଭିଭାବକ ମାନସ ପ୍ରଧାନ କହିଛନ୍ତି, “ପିଲାମାନେ ଗଛ ତଳେ ବସି ପାଠ ପଢ଼ୁଛନ୍ତି ଦେଖିଲେ ଦୁଃଖ ଲାଗୁଛି। ସରକାରୀ ବାବୁମାନେ ଆସି ଦେଖି ପଳାଉଛନ୍ତି। କିଛି କରୁ ନାହାନ୍ତି। ଆମେ ବିଡିଓଙ୍କୁ ଏନେଇ ଜଣାଇଛୁ। ଶୀଘ୍ର ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଗଲେ ଆମ ପିଲାମାନେ ଭଲରେ ପାଠ ପଢ଼ି ପାରିବେ।”

ଅରିଗାଁ-୩ର ଅଙ୍ଗନବାଡ଼ି କର୍ମୀ ପଦ୍ମିନୀ ଭରାସାଗର କହିଛନ୍ତି, “ଆମ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ କାମ ଶୀଘ୍ର କରାଗଲେ ଭଲ ହୁଅନ୍ତା। ପିଲାମାନେ ଗଛମୂଳେ ବସୁଥିବାରୁ ଏଣେତେଣେ ଚାଲି ଯାଉଛନ୍ତି। ଏନେଇ ଆମେ ଗାଁ କମିଟିକୁ ଜଣାଇଛୁ। ଏଥିସହ ଉଚ୍ଚ ଅଧିକାରୀଙ୍କୁ ଲେଖିକି ମଧ୍ୟ ଜଣାଇଛୁ।”

ବିନିକା ଆଇସିଡିଏସ୍‌ ସିଡିପିଓ ସୁବୋଦିନୀ ହରିପାଲ କହିଛନ୍ତି, “ଅଧାହୋଇ ପଡ଼ି ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରର ତାଲିକା କରାଯାଇ ବିଡିଓଙ୍କୁ ଦିଆଯାଇଛି। ଅଳ୍ପ କିଛି ଦିନ ଭିତରେ ଏହି ସମସ୍ୟାର ସମାଧାନ କରାଯିବ। ଗଛତଳେ ଓ ଭଙ୍ଗା ଘରେ ପିଲାଙ୍କୁ ପଢ଼ାଇବାକୁ ଆମେ ମନା କରିଛୁ।”



from Odisha Reporter https://ift.tt/3bHpDQg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages