ଅଲଗା ହେବେ କୋଙ୍କଣା-ରଣବୀର୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

ଅଲଗା ହେବେ କୋଙ୍କଣା-ରଣବୀର୍‌ !

ମୁମ୍ୱାଇ: ବଲିଉଡ୍‌ର ଗ୍ଲାମରସ୍‌ ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା ଓ ଫିଲ୍ମ ନିର୍ମାତା ରଣବୀର୍‌ ଶୌରୀ ଆନୁଷ୍ଠାନିକ ଭାବେ ଅଲଗା ହେବାକୁ ଯାଉଛନ୍ତି। ପାଞ୍ଚ  ବର୍ଷ ହେବ ଅଲଗା ରହୁଥିବା ଏହି ଦମ୍ପତି ଏବେ ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି।

କୋଙ୍କଣା ଓ ରଣବୀର୍ ‘ଟ୍ରାଫିକ୍‌ ସିଗ୍‌ନାଲ୍‌’, ‘ମିକ୍ସଡ୍‌ ଡବଲ୍‌ସ’ ପରି ଫିଲ୍ମରେ ଏକାଠି ଅଭିନୟ କରିବା ସମୟରେ ପ୍ରେମରେ ପଡ଼ିଥିଲେ ଏବଂ ୨୦୧୦ରେ ବିବାହ କରିଥିଲେ। କିନ୍ତୁ ବିବାହ କରିବାର ୫ ବର୍ଷ ପରେ ଅର୍ଥାତ୍‌ ୨୦୧୫ରେ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିଦିନ ଠାରୁ ସେମାନେ ଅଲଗା ରହୁଥିଲେ। ଦୁହିଁଙ୍କର ହରୁନ୍‌ ନାମରେ ଏକ ୬ ବର୍ଷର ପୁଅ ମଧ୍ୟ ରହିଛି। ତେବେ ତାଙ୍କୁ କିଏ ରଖିବେ, ତାହା କୋର୍ଟ ହିଁ ଫଇସଲା କରିବେ।

View this post on Instagram

Haroony 💙

A post shared by Konkona Sensharma (@konkona) on

ତେବେ କୋଙ୍କଣା ଓ ରଣବୀର୍‌ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଛାଡ଼ପତ୍ର ଆବେଦନ କରିବା ପୂର୍ବରୁ କାଉନ୍‌ସେଲିଂ ମାଧ୍ୟମରେ ଦୁହିଁଙ୍କର ନିଷ୍ପତ୍ତି ବଦଳାଇବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏହା ସଫଳ ହୋଇ ନଥିଲା। ଅନ୍ୟପକ୍ଷରେ ଏକ ସାକ୍ଷାତକାରରେ ରଣବୀର୍‌ ଏ ସବୁ ପାଇଁ ନିଜକୁ ଦୋଷୀ ସଜାଇଥିଲେ।

 



from Odisha Reporter https://ift.tt/2TqUMPL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages