କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ୩ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ୩ ଅଟକ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ପୁଲିସ୍ ୩ ଜଣ ଯୁବକଙ୍କୁ ଅଟକ ରଖିଛି।  ଏଥିସହ ଏକ କାର୍‌ ଜବତ କରିଛି।

ସୂଚନା ଅନୁସାରେ, ଗତକାଲି ଛାତ୍ରୀ ଜଣକ ସାଇକେଲ ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ। ଏହି ସମୟରେ ଛାତ୍ରୀଙ୍କ ଜଣକ ଚିତ୍କାର କରିଥିଲା । ଯାହାକୁ ଶୁଣି ସେଠାରେ ଥିବା ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ । ଏହାପରେ ତୁରୁମୁଙ୍ଗା ପୁଲିସ ବିଭିନ୍ନ ରାସ୍ତାକୁ ସିଲ୍‌ କରି ଖୋଜା ଖୋଜି କରିଥିଲା । ତେବେ ଘଟଗାଁ ଥାନା ଅଞ୍ଚଳରୁ ଛାତ୍ରୀଙ୍କୁ ଅପହରଣ କରି ନିଆଯାଇଥିବା ଗାଡ଼ିକୁ ପୁଲିସ୍ ଠାବ କରିଛି। ଏଥିସହ ଏହି ଘଟଣାରେ ସଂପୃକ୍ତ ଥିବା ୩ ଜଣଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚୁରା କରୁଛି। ହେଲେ ବର୍ତ୍ତମାନ ଯାଏ ଅପହୃତ ଯୁବତୀ ଓ ଜଣେ ଯୁବକର ପତ୍ତା ମିଳିନାହିଁ।

 



from Odisha Reporter https://ift.tt/2TlHdRw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages