ଓ୍ୱାଶିଂଟନ: ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ବଡ଼ ଧରଣର ଟ୍ରେଡ ଡିଲ୍ ହୋଇପାରେ। ଏ ନେଇ ଆଶଙ୍କା କରାଯାଉଛି। ଯାହାର ଜବାବ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। କେବେ ହେବ ସେ ନେଇ ଟ୍ରମ୍ପ କୌଣସି ସୂଚନା ଦେଇ ନାହାନ୍ତି। ହେଲେ ଆଗାମୀ ଦିନରେ ଭାରତ ସହିତ ଟ୍ରେଡ ଡିଲ୍ ହେବ। ହେଲେ ଏହି ଡିଲ୍ ଆମେରିକା ନିର୍ବାଚନ ପୂର୍ବରୁ ହେବ କି ପରେ ତାହା ସେ ସ୍ପଷ୍ଟ କରି ନାହାନ୍ତି।
ଏହାବାଦ୍ ଆମେରିକା ସହିତ ଭାରତର ବ୍ୟବସାୟିକ ସମ୍ପର୍କ ବାବଦରେ ମଧ୍ୟ ମତ ରଖିଛନ୍ତି ଟ୍ରମ୍ପ। ଭାରତ ଆମେରିକା ସହିତ ବ୍ୟବସାୟିକ ସମ୍ପର୍କ ଭଲ ରଖିନଥିବା ସେ କହିଛନ୍ତି। ହେଲେ ଏହି ଗସ୍ତ ବେଳେ ବ୍ୟବସାୟିକ ସମ୍ପର୍କର ସୁଧାର ଆସିବ ବୋଲି ଟ୍ରମ୍ପ ଆଶା ରଖିଛନ୍ତି। ଭାରତକୁ ନେଇ ଯଦିଓ ଏଭଳି ମତ ରଖିଛନ୍ତି ଟ୍ରମ୍ପ, ସେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁତ ପସନ୍ଦ କରନ୍ତି ବୋଲି କହିଛନ୍ତି।
‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିମାନ ବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ମଧ୍ୟରେ ୭୦ ଲକ୍ଷ ଲୋକ ଥିବେ। ଯେଉଁ ଷ୍ଟାଡିୟମର ଉଦଘାଟନ ହେବ ତାହା ଏବେ ନିର୍ମାଣଧୀନ ରହିଛି। ଏହା ବିଶ୍ୱର ସବୁଡୁ ବଡ଼ ଷ୍ଟାଡ଼ିୟମ। ତେଣୁ ମୁଁ ବହୁତ ଉତ୍ସୁକତାର ସହ ଅପେକ୍ଷା କରିଛି। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଉପଭୋଗ କରିବେ’ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି।
ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ଏହି ଗସ୍ତ ବେଳେ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ ମଧ୍ୟ ଆସୁଛନ୍ତି। ଅହମଦାବାଦ ବିମାନ ବନ୍ଦରରେ ଟ୍ରମ୍ପଙ୍କ ବିମାନ ଅବତରଣ କରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ। ୧୦ କିଲୋମିଟର ରୋଡ୍ ଶୋ’ ମାଧ୍ୟମରେ ମୋଦି ଓ ଟ୍ରମ୍ପ ଯିବାର କାର୍ଯ୍ୟକ୍ରମ ରହିଛି। ସାବରମତୀ ଆଶ୍ରମକୁ ମଧ୍ୟ ଏହି ଅବସରରେ ଦୁଇ ଦେଶର ପ୍ରମୁଖ ନେତା ଗସ୍ତ କରିବେ ବୋଲି ଜଣାପଡ଼ିଛି। ଏହାପରେ ‘ନମସ୍ତେ ଟ୍ରମ୍ପ’ ନାମକ କାର୍ଯ୍ୟକ୍ରମରେ ଉଭୟ ଟ୍ରମ୍ପ ଏବଂ ମୋଦି ଦେଶବାସୀଙ୍କୁ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି। ଟ୍ରମ୍ପ ଆସିବା ପୂର୍ବରୁ ଆମେରିକା ସରକାରଙ୍କ ପ୍ରତିନିଧି, ସୁରକ୍ଷା କର୍ମୀ ଓ ଗାଡି ଆଦି ଭାରତରେ ଦୁଇ ଦିନ ପୂର୍ବରୁ ପହଞ୍ଚିସାରିଛି। ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ ଗୁଜରାଟ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2vKQ4nA
No comments:
Post a Comment