ପୁଲଓ୍ୱାମାରେ ତିନି ଆତଙ୍କୀ ନିପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ପୁଲଓ୍ୱାମାରେ ତିନି ଆତଙ୍କୀ ନିପାତ

ପୁଲଓ୍ୱାମା: ଜମ୍ମୁ କଶ୍ମୀର ପୁଲଓ୍ୱାମାର ତ୍ରାଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ତିନି ଆତଙ୍କବାଦୀ ନିପାତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଘଟଣାସ୍ଥଳରେ ଏବେ ବି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଜମ୍ମୁ କଶ୍ମୀର ପୁଲିସର ଜଣେ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି, ଆତଙ୍କବାଦୀ ପୁଲଓ୍ୱାମାର ତ୍ରାଲରେ ଲୁଚିଥିବା ନେଇ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଥିଲା। ଏହାପରେ ମଙ୍ଗଳବାର ରାତିରୁ ସୁରକ୍ଷା କର୍ମୀ ଏବଂ ପୁଲଓ୍ୱାମା ପୁଲିସ ତ୍ରାଲ ଅଞ୍ଚଳକୁ ଘେରି ଯାଇଥିଲେ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ଗୁଳିବିନିମୟ ବେଳେ ତିନି ଆତଙ୍କବାଦୀ ନିପାତ ହୋଇଛନ୍ତି।

ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିନଥିବା ସୂଚନା ରହିଛି। ନିକଟରେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଛି। ଏହି ସମୟରେ ଆଇଏସଆଇ ପୁଣି ଥରେ ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ସୂଚନା ରହିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସମସ୍ତ ଆତଙ୍କବାଦୀ ସଂଗଠନକୁ ଏକତ୍ରିତ କରି ଆକ୍ରମଣ କରିବାକୁ ଯୋଜନା କରୁଥିବା ସୂଚନା ରହିଛି। ଏହି ଆକ୍ରମଣର ନେତୃତ୍ୱ ଜୈଶ-ଏ-ମହମ୍ମଦ ନେଉଛି। ଏହାର ନାମ ଗଜନବୀ ଫୋର୍ସ ରଖାଯାଇଛି ବୋଲି ସୂଚନା ରହିଛି।



from Odisha Reporter https://ift.tt/2HxSf0B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages