ଟ୍ୱିଟରେ ତ୍ରୁଟି; ଅଭୟଙ୍କ ବଦଳରେ ପୋଷ୍ଟ ହେଲା ବିଜୟଙ୍କ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

ଟ୍ୱିଟରେ ତ୍ରୁଟି; ଅଭୟଙ୍କ ବଦଳରେ ପୋଷ୍ଟ ହେଲା ବିଜୟଙ୍କ ଫଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଏକ ଟ୍ୱିଟ୍‌ରେ ତ୍ରୁଟି ଦେଖିବାକୁ ମିଳିଛି। ଶେଆର୍‌ ହୋଇଥିବା ଏହି ଟ୍ୱିଟ୍‌ରେ ଡିଜିପି ଅଭୟଙ୍କ ବଦଳରେ ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ଫଟୋ ଲଗାଯାଇଥିବା ନଜର ଆସିଥିଲା। ହେଲେ କିଛି ଘଣ୍ଟା ମଧ୍ୟରେ ବିଭାଗ ପକ୍ଷରୁ ଉକ୍ତ ଭୁଲ୍‌କୁ ସଂଶୋଧନ କରାଯାଇଛି। ଏହାପରେ ବର୍ତ୍ତମାନର ଡିଜିପି ଅଭୟଙ୍କ ଫଟୋ ପୋଷ୍ଟ କରାଯାଇଛି।

ସୂଚନା ଅନୁଯାୟୀ, ଡିଜିପି ଅଭୟ କିଛି ଦିନ ପୂର୍ବେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା। ଡିଜିପି ଅଭୟ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ବିରୋଧୀ ଅପରେସନର ସମୀକ୍ଷା କରିବା ସହ ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ସମୀକ୍ଷା କରିଥିବା ନେଇ ମଧ୍ୟ ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଥିଲା।

ଏହି ଟ୍ୱିଟ୍‌ରେ ଡିଜିପି ଅଭୟଙ୍କ ଫଟୋ ବଦଳରେ ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ଫଟୋ ପୋଷ୍ଟ କରାଯାଇଥିଲା। ହେଲେ ପୋଷ୍ଟ କରାଯିବାର କିଛି ଘଣ୍ଟା ପରେ ଏହି ଟ୍ୱିଟ୍‌କୁ ସଂଶୋଧନ କରାଯାଇଥିଲା। ବିଜୟ ଶର୍ମାଙ୍କ ଫଟୋକୁ ହଟାଯାଇ ଡିଜିପି ଅଭୟଙ୍କ ଫଟୋ ପୋଷ୍ଟ କରାଯାଇଥିଲା।

 



from Odisha Reporter https://ift.tt/38XQ2Ha

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages