ଚାକିରି ନାଁରେ ଲୁଟୁଥିଲେ, ଧରା ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

ଚାକିରି ନାଁରେ ଲୁଟୁଥିଲେ, ଧରା ପଡ଼ିଲେ

ବ୍ରହ୍ମପୁର( ଜଗନ୍ନାଥ ସାହୁ): ସରକାରୀ ଅନୁଷ୍ଠାନରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଏକାଧିକ ଲୋକଙ୍କ ଠାରୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୁଲିସ୍ ଗିରଫ କରିଛି।

ଏହି ଦୁଇ ଅଭିଯୁକ୍ତ ହେଲେ ଯାଜପୁର ଅଞ୍ଚଳର ରବୀନ୍ଦ୍ର କୁମାର ବେହେରା ଓ ଦିଗପହଣ୍ଡିର ଅରୁଣ କୁମାର ବେହେରା। ଏ ଦୁହେଁ ଭୁବନେଶ୍ୱରରେ ଏକ ଅନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ଚେର ଗଞ୍ଜାମ ସହିତ ଯାଜପୁର, ତାଳଚେର, ଅନୁଗୋଳ ଓ ଜଗତସିଂହପୁର ଆଦି ଅଞ୍ଚଳକୁ ବି ଲମ୍ବିଥିବା ପୁଲିସ୍ ଜାଣିବାକୁ ପାଇଛି।

ଭୁବନେଶ୍ୱର ରିଜିଓନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏଜୁକେସନ୍‌ରେ ଚାକିରି ଦେବା ନାଁରେ ଏହି ଅଭିଯୁକ୍ତ ଦ୍ୱୟ ଲୋକଙ୍କୁ ଲୁଟୁ ଥିଲେ ବୋଲି ଅଭିଯୋଗ ହୋଇଛି। ୫ ଦିନ ତଳେ ବୈଦନାଥପୁର ଥାନାରେ ଏମାନଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି ଏତଲା ଦେବା ପରେ ପୁଲିସ୍ ଘଟଣାର ଖୋଡ଼ତାଳ କରି ଉଭୟଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଅଭଯୁକ୍ତ ଦ୍ୱୟ ପ୍ରାୟ ୫୦ ଜଣଙ୍କ ଠାରୁ ଏମିତି ଢଙ୍ଗରେ ଲୁଟିଛନ୍ତି। ଜଣ ଜଣଙ୍କଠାରୁ ୩ ରୁ ୫ ଲକ୍ଷ ଟଙ୍କା ବି ନେଇଛନ୍ତି। ଏପରିକି ଉକ୍ତ ଅନୁଷ୍ଠାନ ନାଁରେ ଜାଲ୍ ନିଯୁକ୍ତିପତ୍ର ମଧ୍ୟ ଦେଇଛନ୍ତି। ବିଶ୍ୱାସ ଜମାଇବାକୁ କିଛି ଲୋକଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଦୁଇ ତିନି ମାସ ଧରି ଚାରି ପାଞ୍ଚ ହଜାର ଟଙ୍କା ପଠାଇଥିଲେ। ଏହା ଦରମା ଟଙ୍କା ବୋଲି ସେମାନଙ୍କୁ କହିଥିଲେ। ହେଲେ ଶେଷରେ ଉଭୟଙ୍କ ଗୁମର ଖୋଲିଯାଇଛି। ପୁଲିସ୍ ଅଭିଯୁକ୍ତ ରବୀନ୍ଦ୍ରଙ୍କଠାରୁ ବିଭିନ୍ନ ବ୍ୟାଙ୍କର ପାସ୍‌ବୁକ୍ ଓ ଏଟିଏମ୍‌ କାର୍ଡ ଜବତ କରିଛି। ତା’ସହିତ ଘଟଣାର ଅଧିକ ତଦନ୍ତ କରୁଛି।

 



from Odisha Reporter https://ift.tt/37TaQja

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages