ସମସ୍ୟା ଘେରରେ ଆଦର୍ଶ ଗାଁ ସେନାଘାଟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 23, 2020

ସମସ୍ୟା ଘେରରେ ଆଦର୍ଶ ଗାଁ ସେନାଘାଟୀ

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ ଗରଗଡ଼ବାହାଲ ପଞ୍ଚାୟତର ସେନାଘାଟୀ ଗାଁରେ ୩୦ଟି ପରିବାରର ୨୦୦ ଲୋକ ବସବାସ କରନ୍ତି।  ଏହି ଗାଁ ପାହାଡ଼ ଓ ଜଙ୍ଗଲ ଘେର ଭିତରେ ରହିଛି। ଗାଁକୁ ଯିବାକୁ ରାସ୍ତା ଖଣ୍ଡିଏ ନାହିଁ। ଏମିତି କି ୪ଟି ନାଳ ଡେଇଁଲେ ଅତି କଷ୍ଟରେ ଗାଁରେ ପହଞ୍ଚିବାକୁ ପଡ଼ିଥାଏ । ବର୍ଷା ଦିନେ ଗାଁ ଲୋକେ ଜଳବନ୍ଦୀ ହୋଇ ରହିଥାନ୍ତି।

ଗାଁରେ ପିଇବା ପାଣିର ସୁବିଧା ମଧ୍ୟ ନାହିଁ। ଯେଉଁ ଦୁଇଟି ନଳକୂପ ଅଛି, ସେଥିରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି ବାହାରୁ ଥିବାରୁ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଲୋକେ କହିଛନ୍ତି। ଏଥିସହ ଗାଁରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ୨୦୧୭ ମସିହାରେ ସୌଭାଗ୍ୟ ଯୋଜନାରେ ଗାଁରେ ବିଜୁଳି ତାର, ଖୁଣ୍ଟି ଓ ଘରେ ଘରେ ମିଟର ଲଗାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଗାଁରେ ବିଜୁଳି ବଲ୍‌ବ ଜଳି ନାହିଁ।

ଏନେଇ ଗାଁର ଜଣେ ମହିଳା ଗୁଲା ନାୟକ କହିଛନ୍ତି, “ଏଇଟା ଆମର ଜଙ୍ଗଲ ଗାଁ। ଗାଁକୁ ରାସ୍ତାଘାଟ କି ବିଜୁଳି ନାହିଁ। ବିଧାୟକ ଓ ଜିଲ୍ଲାପାଳ ଆସି ଗାଁକୁ ରାସ୍ତା କରିଦେବୁ ବୋଲି କହିଥିଲେ ହେଲେ କିଛି ସୁବିଧା କଲେ ନାହିଁ। ଗାଁରେ ପାଠ ପଢ଼ିବାକୁ ମଧ୍ୟ ସୁବିଧା ନାହିଁ। କିଏ ମାମୁ ଘରେ ତ’ ଆଉ କିଏ ଦାଦା ଘରେ ଯାଇ ପାଠ ପଢ଼ୁଛି।”

ତତ୍‌କାଳୀନ ସମ୍ୱଲପୁର ଜିଲ୍ଲାପାଳ ବଲୱନ୍ତ ସିଂହ ୨୦୧୬ ମସିହାରେ ଏହି ଗାଁର ସମସ୍ୟାକୁ ଦେଖି ଆଦର୍ଶ  ଗାଁ କରିବାକୁ ଘୋଷଣା କରିଥିଲେ। ହେଲେ ଆଜିକୁ ୫ ବର୍ଷ ହେଲାଣି ଗାଁର ବିକାଶ ଚିତ୍ର ବଦଳି ପାରୁ ନାହିଁ। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଲୋକଙ୍କୁ ୧୦ କିମି ଯିବାକୁ ପଡ଼ିଥାଏ।  ଜିଲ୍ଲା ପ୍ରଶାସନ କାଗଜପତ୍ରରେ ଆଦର୍ଶ ଗାଁ ବୋଲି  ଘୋଷଣା କରିଦେଲେ ହେଲେ କୌଣସି ମୌଳିକ ଯୋଗାଇ ଦେଇ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ଗାଁର ଯାଜ୍ଞସିନୀ ଦେହୁରୀ କହିଛନ୍ତି, “ଜଙ୍ଗଲ ଜାଗା ଦେଖି ଏହାକୁ ଆଦର୍ଶ ଗାଁ କରିବା ବୋଲି ଜିଲ୍ଲା ପ୍ରଶାସନ କହିଥିଲା। ଏଥିସହ ଗାଁରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ମଧ୍ୟ କହିଥିଲେ। ହେଲେ ସବୁ ଖାଲି କଥାରେ କହିଦେଲେ। କାଗଜପତ୍ରରେ କିଛି ଲାଗୁ କଲେ ନାହିଁ।”

ଅନ୍ୟପକ୍ଷରେ, ଖୁବଶୀଘ୍ର ଗାଁରେ ପିଇବା ପାଣି ବ୍ୟବସ୍ଥା କରାଯିବ ଓ ରାସ୍ତା ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଚିଠି କରାଯାଇଛି ବୋଲି ରେଢାଖୋଲ ବିଡିଓ ପରୀକ୍ଷିତ ସାହୁ କହିଛନ୍ତି।



from Odisha Reporter https://ift.tt/2SRKuJ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages