ଆବଶ୍ୟକ ସାମଗ୍ରୀ: ମାଛ, ଧଳା ସୋରିଷ, ନଡ଼ିଆ ପୋସ୍ତ, କଞ୍ଚା ଲଙ୍କା ବଟା, ବସା ଦହି, ଲୁଣ ଓ ରିଫାଇନ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ, ଧଳା ସୋରିଷ, ନଡ଼ିଆ ପୋସ୍ତ ଓ କଞ୍ଚା ଲଙ୍କା ବଟା, ବସା ଦହି ଓ ରିଫାଇନ ତେଲ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ ମ୍ୟାରିନେଟ୍ ମାଛକୁ ଏକ ପାତ୍ରରେ ରଖି ସେଥିରେ ଗୋଟା କଞ୍ଚାଲଙ୍କା ଓ ଅଳ୍ପ ରିଫାଇନ୍ ତେଲ ପକାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଦେଇ ମାଛ ଭର୍ତ୍ତି ହୋଇଥିବା ଟିଫିନ୍କୁ ରଖି ଘୋଡ଼ଣୀ ଘୋଡ଼ାଇଦିଅନ୍ତୁ। ୨୦ରୁ ୨୫ ମିନିଟ୍ ଭିତରେ ପ୍ରସ୍ତୁତ ହୋଇଯିବ ‘ବାମ୍ଫ ବାଟି ମାଛ’।
from Odisha Reporter https://ift.tt/2TmNmNt
No comments:
Post a Comment