ଖାଲି ପେଟରେ ଖାଆନ୍ତୁ ଗୋଟିଏ ଚାମଚ ଘିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

ଖାଲି ପେଟରେ ଖାଆନ୍ତୁ ଗୋଟିଏ ଚାମଚ ଘିଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଦିନ ଗୋଟିଏ ଚାମଚ ଗାଈ ଘିଅ ଖାଇଲେ ଶରୀରରେ ଥିବା ଛୋଟବଡ଼ ସମସ୍ୟା ଦୂର ହୋଇଥାଏ। ଯେପରିକି ପାଚନ ତନ୍ତ୍ର ଠିକ୍ ରହିବା ଏବଂ ତ୍ୱଚା ଓ କେଶ ସୁସ୍ଥ ରହିବା ଇତ୍ୟାଦି।

ସକାଳ ଜଳଖିଆ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ପୂର୍ବରୁ ଗୋଟିଏ ଚାମଚ ଗାଈ ଘିଅ ଖାଇବା ପାଇଁ ଅଭ୍ୟାସ କରନ୍ତୁ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏହାର ପରାମର୍ଶ ଦେଇଥା’ନ୍ତି। ଏଦାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ତେବେ ଖାଲି ପେଟରେ ଗାଈ ଘିଅ ଖାଇଲେ ଅନ୍ୟ କେଉଁସବୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା।

୧. ଖାଲି ପେଟରେ ଗାଈ ଘିଅ ଖାଇବାଦ୍ୱାରା ଶରୀରରେ କୋଷ ପୁର୍ନଜୀବିତ ହୋଇଥା’ନ୍ତି। ଏଥି ଯୋଗୁ ତ୍ୱଚାରେ ଚମକ ଆସିଥାଏ ଏବଂ ଏହା ନରମ ରହିଥାଏ।

୨. ଆଣ୍ଠୁଗଣ୍ଠି ରୋଗରୁ ଉପଶମ ପାଇବା ପାଇଁ ଖାଲି ପେଟରେ ଘିଅ ଖାଆନ୍ତୁ। ଘିଅରେ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଛି। ଯାହା ଅଷ୍ଟିଓପୋରୋସିସ୍‌ ରୋଗର ଆଶଙ୍କାକୁ କମ୍‌ କରିଥାଏ।

୩. ଘିଅ ମସ୍ତିଷ୍କକୁ ସକ୍ରିୟ ରଖିଥାଏ। ସକାଳେ ଖାଲି ପେଟରେ ଘିଅ ଖାଇଲେ ମସ୍ତିଷ୍କରେ ଥିବା କୋଷ ସକ୍ରିୟ ହେଉଥିବାରୁ ସ୍କୃତିଶକ୍ତି ବୃଦ୍ଧି ହୋଇଥାଏ। ଏହାଦ୍ୱାରା ଅଲଜାଇମର୍ ପରି ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ମିଳିଥାଏ।

୪. ଖାଲି ପେଟରେ ଗାଈ ଘିଅ ଖାଇଲେ ଓଜନ ବୃଦ୍ଧି ହେବା କଥା ଲୋକଙ୍କର ଏକ ଭୁଲ୍‌ ଧାରଣା। ପ୍ରକୃତ ସତ ହେଉଛି ଖାଲି ପେଟରେ ୫ରୁ ୧୦ ଏମ୍‌ଏଲ୍‌ ଘିଅ ଖାଇଲେ ଶରୀରରେ ମେଟାବୋଲିଜିମ୍‌ ରେଟ୍‌ ବଢ଼ିଥାଏ ଏବଂ ଓଜନ କମ୍‌ ହୋଇଥାଏ।

୫. ଘିଅ କେଶ ପାଇଁ ଲାଭଦାୟକ। ତେଣୁ ଖାଲି ପେଟରେ ଘିଅ ଖାଇଲେ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ।



from Odisha Reporter https://ift.tt/2HXOPUQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages