୨ ଦିନ ରାସ୍ତାରେ ପଡ଼ିଲା ଶବ, ଶୁଣିଲାନି ପୁଲିସ୍‌; ବାଇକ୍‌ରେ ବୋହିଲେ ପରିବାର ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

୨ ଦିନ ରାସ୍ତାରେ ପଡ଼ିଲା ଶବ, ଶୁଣିଲାନି ପୁଲିସ୍‌; ବାଇକ୍‌ରେ ବୋହିଲେ ପରିବାର ଲୋକେ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପୁଲିସ୍‌ର ପ୍ରାଥମିକ ଦାୟିତ୍ୱ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏଠାରେ ପୁଲିସ୍‌ ରାସ୍ତାରେ ପଡ଼ିଥିବା ମୃତଦେହକୁ ବି ସୁରକ୍ଷିତ ଭାବେ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିବାରେ ପଛଘୁଞ୍ଚା ଦେଇଛି।

ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବାକୁ ହେଉଥିବା ରାସ୍ତା କାମକୁ ସମର୍ଥନ କରି ୨ ଦିନ ପୂର୍ବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ବିହନଗୁଡି ଛକରେ ନକ୍ସଲ ଗୁଳିରେ ପ୍ରାଣ ହରାଇଥିଲେ ଦୀନବନ୍ଧୁ ବେପାରୀ । ମୃତଦେହ ରାସ୍ତା ଉପରେ ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଡ଼ି ରହିବା ସତ୍ତ୍ୱେ ଧରାଛୁଆଁ ଦେଲେନି ପୁଲିସ୍‌ କିମ୍ବା ପ୍ରଶାସନିକ ଅଧିକାରୀ। ମୃତଦେହ ଉଦ୍ଧାର ନିମନ୍ତେ ଦିନବନ୍ଧୁଙ୍କ ପରିବାର ଲୋକେ ପୁଲିସ୍‌ ପାଖରେ ଯେତେ ନେହୁରା ହେଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଓଲଟି କହିଲେ ସେହି ଜାଗା ପୁଲିସ୍‌ ନିମନ୍ତେ ବିପଦପୂର୍ଣ୍ଣ। ଏପରିକି ମୃତଦେହ ଆଣିବା ନିମନ୍ତେ ଗାଡ଼ିଟିଏ ଦେଇ ନ ଥିବା ବେଳେ  ସୁରକ୍ଷା ଯୋଗାଇଦେବାକୁ ବି ପଛ ପଛଘୁଞ୍ଚା ଦେଲେ।

ଦୀର୍ଘ ୨ ଦିନ କାଳ ଶବ ରାସ୍ତା ଉପରେ ପଡ଼ି ରହିଥିବା ବେଳେ ପରିବାର ଲୋକେ ମାନସିକ ଯନ୍ତ୍ରଣା ପାଉଥିଲେ। ଶେଷରେ ପୁଲିସ୍‌ ନ କଲା ନାହିଁ, ନିଜେ ଦୀନବନ୍ଧୁଙ୍କ ମୃତଦେହ ଉଦ୍ଧାର ନିମନ୍ତେ ସ୍ଥିର କଲେ ପରିବାର ଲୋକେ।  ଏପରିକି ଅନ୍ୟୋନପାୟ ହୋଇ  ଶବଟିକୁ ବାଇକ୍‌ରେ ବାନ୍ଧି ବିହନଗୁଡିରୁ ପ୍ରାୟ ୧୮ କି.ମି. ଦୂର ହାନ୍ତାଳଗୁଡା  ଆଣିଥିଲେ।  ଏହାପରେ ନିଜ ବ୍ୟବସ୍ଥାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାଯାଇଛି।

ଦିନବନ୍ଧୁଙ୍କ ଆତ୍ମୀୟଙ୍କ କହିବା ଅନୁସାରେ, ଦୀନବନ୍ଧୁ ବିଚ୍ଛିନ୍ନାଞ୍ଚଳରେ ପ୍ରଶାସନ ଦ୍ୱାରା କରାଯାଉଥିବା ରାସ୍ତା କାମକୁ ସମର୍ଥନ କରୁଥିବାରୁ ତାଙ୍କୁ ନକ୍ସଲମାନେ ମୂତ୍ୟୁ ଦଣ୍ଡ ଦେଲେ। କିନ୍ତୁ ପ୍ରଶାସନ ଓ ପୁଲିସ୍‌ ତରଫରୁ ଶବଟିକୁ ଉଦ୍ଧାର ନିମନ୍ତେ ଅନିଚ୍ଛା ପ୍ରକାଶ କରାଗଲା। ଏପରି କ୍ଷେତ୍ରରେ ପୁଲିସ୍‌ ଥାଇ ବି ନ ଥିବା ସହ ସମାନ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏପରି ଘଟଣା ପରେ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଲୋକେ କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁବେଳେ ସେଠାରେ ନକ୍ସଲ ଆତଙ୍କ ଲାଗି ରହୁଥିବା ବେଳେ ସୁରକ୍ଷା ଯୋଗାଇବାକୁ ପୁଲିସ୍‌ ପଛଘୁଞ୍ଚା ଦେଲେ ସେମାନେ କାହାକୁ ଭରସା କରିବେ ବୋଲି ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2PoHPVm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages