‘କରୋନା ନୁହେଁ ନିମୋନିଆ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

‘କରୋନା ନୁହେଁ ନିମୋନିଆ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ନୁହେଁ ନିମୋନିଆ । ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପ୍ରାଣଘାତୀ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ପ୍ରଚାରିତ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ହେଲେ ଏପରି ଗୁଜବକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଚିହ୍ନଟ ହୋଇଥିବା ଭାଇରସ୍‌ ମାରାତ୍ମକ କରୋନା ଭାଇରସ୍‌ ନୁହେଁ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଏହା ନିମୋନିଆ ବୋଲି କୁହାଯାଇଛି । ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ମାଇକ୍ରୋବାୟୋଲୋଜି ରିପୋର୍ଟ ସୋଶାଲ୍‌ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ କରୋନା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏପରି ଗୁଜବକୁ ବିଶ୍ୱାସ ନ କରିବା ସହ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।



from Odisha Reporter https://ift.tt/324BUKe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages