ଭାରତରେ ଲଞ୍ଚ୍‌ ହେବ ପ୍ରଥମ 5G ସ୍ମାର୍ଟଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ଭାରତରେ ଲଞ୍ଚ୍‌ ହେବ ପ୍ରଥମ 5G ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: Realme ଭାରତରେ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି। ୨୪ ତାରିଖରେ କମ୍ପାନୀ ଭାରତରେ Realme X50 Pro 5G ଲଞ୍ଚ୍‌ କରିବ। କମ୍ପାନୀ ଏହାକୁ ମୋବାଇଲ ୱାର୍ଲ୍ଡ କଂଗ୍ରେସ୍‌ (MWC2020)ରେ ଲଞ୍ଚ୍‌ କରିବାକୁ ଚାହୁଁଥିଲା। ହେଲେ କରୋନା ଭାଇରସ୍‌ ବ୍ୟାପିବାରୁ ଏଥର MWCକୁ ବାତିଲ କରି ଦିଆଯାଇଛି।

କମ୍ପାନୀର କହିବା ମୁତାବକ Realme X50 Pro 5G ଭାରତର ପ୍ରଥମ 5G ସ୍ମାର୍ଟଫୋନ୍ ହେବ। ଅନ୍ୟପଟେ ଚାଇନିଜ୍ ସ୍ମାର୍ଟଫୋନ୍‌ ମେକର୍‌ iQoo ମଧ୍ୟ କହୁଛି ଯେ ଭାରତରେ ଖୁବ୍‌ଶୀଘ୍ର iQoo 3 ଲଞ୍ଚ୍‌ ହେବ ଯାହାକି  ଭାରତର ପ୍ରଥମ 5G ସ୍ମାର୍ଟଫୋନ୍ ହେବ। ତେବେ ଏହି ଦୁଇଟି ଯାକ କମ୍ପାନୀର ପ୍ୟାରେଣ୍ଟ କମ୍ପାନୀ ହେଉଛି BBK Electronics, ଯାହାକି ଚୀନ୍‌ର ଏକ କମ୍ପାନୀ। ତେବେ ସୂଚନା ଅନୁଯାୟୀ iQoo 3 ଫେବ୍ରୁଆରୀ ୨୫ରେ ଲଞ୍ଚ୍ ହେବ। ଅନ୍ୟପକ୍ଷରେ Realme X50 Pro 5Gକୁ ୨୪ତାରିଖ ଦିନ ନୂଆଦିଲ୍ଲୀରେ ଲଞ୍ଚ୍‌ କରାଯିବ।

ଫିଚର୍: Realme X50 Pro 5G ଫୋନ୍‌ରେ 1080 x 2400 ଇଞ୍ଚ୍ 90Hz ସୁପର୍ ଆମୋଲେଡ୍ ଡିସ୍‌ପ୍ଲେ Qualcomm Snapdragon 865 ଲାଟେଷ୍ଟ ପ୍ରୋସେସର ରହିଛି। ଏଥିରେ 4500mAh ବ୍ୟାଟ୍ରୀ ସହ ୬୫ ୱାଟ୍‌ର ସୁପର ଡାର୍ଟ ଚାର୍ଜ ସପୋର୍ଟ ଦିଆଯାଇଛି। ସେହିପରି ୧୨ ଜିବି ରାମ୍ ୨୫୬ ଜିବି ଷ୍ଟୋରେଜ୍‌ ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଏହି ଫୋନ୍‌ର ରିୟର୍‌ରେ 64+12+8+2 MPର ଟ୍ରିପଲ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ସେହିପରି ସେଲ୍‌ଫି ପାଇଁ ଏହାର ଫ୍ରଣ୍ଟରେ 32+8 MPର ଡୁଆଲ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି।



from Odisha Reporter https://ift.tt/39Fwrfk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages