ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ପୁଣି ଥରେ ମା’ ହୋଇଛନ୍ତି। ଗତ ୧୫ ତାରିଖ ଦିନ ସରୋଗେସି ପ୍ରକ୍ରିୟାରେ ସେ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ପୋଷ୍ଟ୍ କରି ଶିଳ୍ପା ଏ ସମ୍ପର୍କିତ ସୂଚନା ଦେଇଛନ୍ତି।
ଫଟୋରେ ତାଙ୍କ କୁନି ଝିଅର କେବଳ ହାତଟି ହିଁ ଦେଖାଯାଉଛି। ତାଙ୍କର ଏକ ଆଙ୍ଗୁଳିରେ କୁନି ଝିଅର ପାପୁଲି ରହିଛି। ଫଟୋଟିକୁ ଶେଆର କରି ଶିଳ୍ପା ଲେଖିଛନ୍ତି- ଆମ ପ୍ରାର୍ଥନାର ଫଳ ମିଳିଯାଇଛି। ଏହା ସହିତ ସେ ତାଙ୍କ ଝିଅର ନାଁ ସମୀଷା ଶେଟ୍ଟୀ କୁନ୍ଦ୍ରା ରଖିଛନ୍ତି।
ସୂଚନାଯୋଗ୍ୟ, ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କର ବାହାଘର ୨୦୦୯ ନଭେମ୍ବର ୨୨ରେ ହୋଇଥିଲା। ୨୦୧୨ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା। ତାଙ୍କ ନାଁ ଭିଆନ୍ ରାଜ୍ କୁନ୍ଦ୍ରା। ତେବେ ୮ ବର୍ଷ ପରେ ସରୋଗେସି ମାଧ୍ୟମରେ ଶିଳ୍ପା ଆଉ ଏକ ସନ୍ତାନର ମା’ ହୋଇଛନ୍ତି।
ଶିଳ୍ପା ବଡ଼ ପରଦାରୁ ବହୁତ ଦିନ ହେବ ଦୂରେଇ ରହିବା ପରେ ପୁଣି କମ୍ବ୍ୟାକ୍ କରୁଛନ୍ତି। ଆଗକୁ ତାଙ୍କ ଫିଲ୍ମ ‘ନିକମ୍ମା’ ଆସିବ। ଏହାପରେ ସେ ପରେଶ ରାୱଲଙ୍କ ସହ ‘ହଙ୍ଗାମା’ ଫିଲ୍ମର ସିକ୍ୱେଲ୍ରେ ନଜର ଆସିବେ। ବଲିଉଡ୍କୁ ତାଙ୍କ କମ୍ବ୍ୟାକ୍ ନେଇ ସେ ଓ ତାଙ୍କ ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ଅଛନ୍ତି।
from Odisha Reporter https://ift.tt/2SQxGCZ
No comments:
Post a Comment