‘ରାତିରେ ଡାକୁଥିଲେ, ରାଜି ନ ହେବାରୁ ଜବରଦସ୍ତି କିସ୍‌ କରିଦେଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 19, 2020

‘ରାତିରେ ଡାକୁଥିଲେ, ରାଜି ନ ହେବାରୁ ଜବରଦସ୍ତି କିସ୍‌ କରିଦେଲେ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ବିମାନବନ୍ଦରରେ ନିୟୋଜିତ ବାର୍ଡ୍ ଲଞ୍ଚ୍ ନାମକ ସଂସ୍ଥାରେ ଅଧିକାରୀ ଭାବେ କାମ କରୁଥିବା ଅବିନାଶ ନନ୍ଦଙ୍କ ବିରୋଧରେ ମହିଳା ଜଣକ ଅଭିଯୋଗ କରିଛନ୍ତି।

ଅବିନାଶ ତାଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଇଥିବା କହିଛନ୍ତି ମହିଳା।  ସମ୍ପୃକ୍ତ ମହିଳା ବାର୍ଡ ଲଂଚ୍ ସଂସ୍ଥାରେ ହାଉସ କିପରି ଭାବେ ଯୋଗ ଦେଇଥିଲେ। ଏଥିପାଇଁ ମହିଳା ତାଙ୍କୁ ୩୦ ହଜାର ଟଙ୍କା ଦେଇଥିବା ମଧ୍ୟ କହିଛନ୍ତି।

ଏମିତିକି  ମହିଳା ଜଣଙ୍କର ପାସ୍ ରିନ୍ୟୁ କରିବା ପାଇଁ ଗତ ଡିସେମ୍ବରରୁ ଦସ୍ତାବିଜ୍ ଦେଇଥିଲେ ମଧ୍ୟ କୌଣସି କାରଣ ନ ଦର୍ଶାଇ ତାଙ୍କୁ ବାହାର କରି ଦେଇଛନ୍ତି।  ଏହି ପ୍ରସଙ୍ଗକୁ ନେଇ କମ୍ପାନୀର ଡିଜିଏମ୍‌ଙ୍କୁ ଦେଖା କରିବାକୁ ଆସିଥିବାବେଳେ ଅବିନାଶ ନନ୍ଦ ତାଙ୍କୁ ମାଡ ମାରିଥିଲେ।

ମହିଳା ଜଣକ କହିଛନ୍ତି ଯେ, ମୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଟିକେଟ କାଉଣ୍ଟର ପାଖରେ ଠିଆ ହୋଇଥିଲି। ଅଭିନାଶ ନନ୍ଦ ସେଠାରେ ପହଞ୍ଚି ମୋତେ କହିଲେ, ତୁ ମୋ କଥାରେ ରାଜି ହେଲୁନି ,ଦେଖିଲୁ ତୋ ସହିତ ମୁଁ କ’ଣ କଲି। ତୁ ମୋର ଉଖାଡି ପାରିଲୁ।

ଅବିନାଶ ଆହୁରି  କହିଥିଲେ ଯେ, ମୋ ସ୍ତ୍ରୀ ସହିତ ମୋର ସମ୍ପର୍କ ନାହିଁ ,ସେଥିପାଇଁ ମୁଁ ତୁମକୁ ପସନ୍ଦ କରୁଛି। ତୁ ମୋ କଥାରେ ରାଜି ହେଲେ ମୁଁ ମାସକୁ ମାସ ଅଧିକ ହଜାରେ ଟଙ୍କା ଦେବି, ତୁ ସେହି ପଇସାରେ ଚଳିବୁ।  ମୁଁ ତାଙ୍କ କଥାରେ ରାଜି ନ ହେବାରୁ ମୋ ଅଫିସରେ କାମ କରି ପାରିବୁ ନାହିଁ ସେ ମୋତେ କହିଥିଲେ।

ମହିଳା ଜଣେ ଆହୁରି କହିଛନ୍ତି,“ ମୁଁ ସେଦିନ ଅଫିସ ଥିବା କିଚେନରେ ଏକା ବସି ଥିଲି। ଅବିନାଶ ସାର ସେଠାରେ ପହଞ୍ଚି ତୁମେ ବହୁତ ସୁନ୍ଦର ଦେଖାଯାଉଛି, ଆଜି ରାତିରେ ବାହାରକୁ ବୁଲିବାକୁ ଚାଲ, ମୁଁ ତୁମକୁ ହଜାରେ ଟଙ୍କା ଦେବି। ସାର ମୋତେ ଏମିତି କ’ଣ କହୁଛନ୍ତି ବୋଲି ପଚାରିବାରୁ ସେ ମୋତେ ଜୋର ଜବରଦସ୍ତ କିସ୍‌ କରିଥିଲେ। ମୁଁ କାନ୍ଦି କାନ୍ଦି ଆସି ମ୍ୟାନେଜର ସାରଙ୍କ ନିକଟରେ ଅଭି ଯୋଗ କରିଥିଲି।

 



from Odisha Reporter https://ift.tt/39SAPb9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages