ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଦୀର୍ଘ ଦିନ ହେବ ଦଳରେ ଅସନ୍ତୁଷ୍ଟ ରହିଛନ୍ତି। ପଞ୍ଜାବର ଏହି କଂଗ୍ରେସ ବିଧାୟକ ଏବେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବା ପାଇଁ ଯୋଜନା କରୁଥିବା ସୂଚନା ରହିଛି। ସିଦ୍ଧୁ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବା ପାଇଁ ଯୋଜନା କରୁଥିବା ସୂଚନା ରହିଛି। ସିଦ୍ଧୁଙ୍କ ଦଳ ପରିବର୍ତ୍ତନ ନେଇ ଖବର ଚର୍ଚ୍ଚାକୁ ଆସିବା ପରେ ଆମ୍ ଆଦମୀ ପାର୍ଟିର ପଞ୍ଜାବ ମୁଖ୍ୟ ସ୍ପଷ୍ଚୀକରଣ ରଖିଛନ୍ତି। ସିଦ୍ଧୁ ତାଙ୍କ ଦଳରେ ଯୋଗ ଦେବା ନେଇ ସଠିକ ଫୋରମରେ ଆଲୋଚନା ହୋଇନି କି ଯୋଗ ଦେବା ସ୍ପଷ୍ଟ ହୋଇନି। ସେ ଜଣେ ସଚ୍ଚୋଟ ବ୍ୟକ୍ତି। ପଞ୍ଜାବର ପ୍ରତ୍ୟେକ ଲୋକ ସିଦ୍ଧୁଙ୍କୁ ଭଲ ପାଆନ୍ତି ବୋଲି ଭଗଓ୍ୱନ୍ତ ମନ୍ନ କହିଛନ୍ତି।
ଗତବର୍ଷ ସାଧାରଣ ନିର୍ବାଚନ ପରେ ପଞ୍ଜାବ କଂଗ୍ରେସରେ କନ୍ଦଳ ଦେଖାଦେଇଛି। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଥିଲା। ଏହାପରେ ସିଦ୍ଧୁଙ୍କ ପାଖରେ ଥିବା ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିଥିଲେ ଅମରିନ୍ଦର। ତାଙ୍କୁ ଶକ୍ତି ବିଭାଗ ଦେଇଥିଲେ। ଏହାପରେ ସିଦ୍ଧୁ ନୂଆ ବିଭାଗକୁ ନେଇ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଅସନ୍ତୋଷ ବାବଦରେ କଂଗ୍ରେସର ପ୍ରମୁଖ ନେତା ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ସିଦ୍ଧୁ ଅବଗତ କରାଇଥିଲେ। ଏହାପରେ ମାମଲା ଶୀଥିଳ ପଡ଼ିଥିବା ଦେଖିବାକୁ ମିଳିଛି। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସିଦ୍ଧି ବିଜେପିରେ ଥିଲେ।
from Odisha Reporter https://ift.tt/39Lv6DV
No comments:
Post a Comment