ହୋଲି ପୂର୍ବରୁ କମିଲା ଏଲପିଜି ସିଲିଣ୍ଡରର ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 29, 2020

ହୋଲି ପୂର୍ବରୁ କମିଲା ଏଲପିଜି ସିଲିଣ୍ଡରର ଦାମ

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଏଲପିଜି ସିଲିଣ୍ଡରର ଦାମ କମାଇଛନ୍ତି ତୈଳ କମ୍ପାନୀ। ମାର୍ଚ୍ଚ ଆରମ୍ଭରୁ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି। ସେହିପରି ୧୯ କିଲୋଗ୍ରାମର କମର୍ସିଆଲ ସିଲିଣ୍ଡର ୮୪.୫୦ ଟଙ୍କା ଶସ୍ତା ହୋଇଛି।

ରାଜଧାନୀ ଦିଲ୍ଲୀରେ ଏଲିପିଜି ଗ୍ୟାସର ଦାମ ୮୫୮.୫୦ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୮୦୫.୫୦ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୩୯.୫୦ ପଇସା, ମୁମ୍ୱାଇରେ ୭୭୬.୫୦ ପଇସା ଓ ଚେନ୍ନାଇରେ ୮୨୬ ଟଙ୍କା ହୋଇଛି ସିଲିଣ୍ଡର ଦାମ।

ସୂଚନାଯୋଗ୍ୟ, ଗତ ମାସରେ ୧୨ ଫେବୃଆରୀରୁ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବଢ଼ିଥିଲା। ସବସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୫୦ ଟଙ୍କା ବୃଦ୍ଧି ପାଇଥିଲା। ସେହିପରି ମେଟ୍ରୋ ସହରରେ ଅଣ ସବସିଡି ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪୪.୫୦ ରୁ ୧୪୯ ଟଙ୍କାକୁ ବୃଦ୍ଧି ହୋଇଥିଲା।



from Odisha Reporter https://ift.tt/2PB3v0i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages