ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଛି। ଆଜି ସହରରେ ହଜାର ହଜାର କୁକୁଡ଼ା ମରିଯାଇଥିବା ଦେଖିବାକୁ ମିଳିଛି। ତେବେ କେମିତି ଏତେ ସଂଖ୍ୟାରେ କୁକୁଡାଙ୍କ ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହା ସହିତ ଲୋକେ ଚିକେନ୍ ଖାଇବା ବନ୍ଦ କରିଦେଇଛନ୍ତି। ଫଳରେ ବଜାରରେ ଆଜି ଚିକେନ କିଲୋ ୫୦ ଟଙ୍କାକୁ ଖସି ଆସିଛି। ସ୍ଥାନୀୟ ପ୍ରାଣୀ ବିଭାଗ ଘଟଣାର ଯାଞ୍ଚ ଆରମ୍ଭ କରିଛି।
from Odisha Reporter https://ift.tt/2Vy0ba9
No comments:
Post a Comment