ବାଇକ୍‌ରେ ଯାଉଥିଲେ ଦାଦା-ପୁତୁରା, ଛିଣ୍ଡିଗଲା ବିଦ୍ୟୁତ୍‌ ତାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

ବାଇକ୍‌ରେ ଯାଉଥିଲେ ଦାଦା-ପୁତୁରା, ଛିଣ୍ଡିଗଲା ବିଦ୍ୟୁତ୍‌ ତାର

ଚାନ୍ଦବାଲି(ବାସୁଦେବ ଦାସ): ବାଲେଶ୍ୱର ଜିଲ୍ଲା ଧାମରା ଥାନା ଅନ୍ତର୍ଗତ ଗୁଆଁଳ ନିକଟରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏକ ବାଇକ୍‌ରେ ଦାଦା-ପୁତୁରା ନିକଟସ୍ଥ ବଜାରକୁ ଯାଉଥିବା ବେଳେ ଗୁଆଁଳ ନିକଟରେ ସେମାନଙ୍କ ଉପରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା। ଏଥିଯୋଗୁ ବାଇକ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ସୌଭାଗ୍ୟବଶତଃ ଦାଦା-ପୁତୁରା ଏକ ବଡ଼ ଧରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଭୟ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନାଥାଉ କି, ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଗୁରୁତର ହୋଇଛନ୍ତି।



from Odisha Reporter https://ift.tt/39jF3bm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages