କଲେଜ ବାର୍ଷିକ ଉତ୍ସବରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

କଲେଜ ବାର୍ଷିକ ଉତ୍ସବରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗାର୍ଗୀ କଲେଜରେ ବାର୍ଷିକ ଉତ୍ସବ ପାଳନ ହେଉଥିବା ବେଳେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପାଖରୁ ଆରମ୍ଭ କରି ସୋଶାଲ ମିଡିଆରେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଆପତ୍ତି ଉଠାଇଛନ୍ତି। ଆଜି କଲେଜ ଛାତ୍ରୀମାନେ ପୁଲିସ ଏବଂ କଲେଜ ପ୍ରଶାସନ ନିକଟରେ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି। ଗତ ଗୁରୁବାର ଦିନ କଲେଜର ବାର୍ଷିକ ଉତ୍ସବ ଚାଲିଥିବା ବେଳେ କଲେଜ ପାଚେରୀ ଡେଇଁ କିଛି ଯୁବକ କ୍ୟାମ୍ପସ ଭିତରକୁ ପଶି ଆସିଥିଲେ। ସେମାନେ ସିଗାରେଟ ଟାଣିବା ସହିତ ମଦ ମଧ୍ୟ ପିଉଥିଲେ। କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିଥୁଲେ ମଧ୍ୟ ପାଖରେ ଉପସ୍ଥିତ ଥିବା ପୁଲିସ ଦେଖି ମଧ୍ୟ ନଦେଖିଲା ଭଳି ଆଚରଣ ଦେଖାଇଥିଲା ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହାବାଦ କଲେଜ ପ୍ରିନସିପାଲ ଏବଂ ପ୍ରଶାସନ ତରଫରୁ କୌଣସି ପ୍ରକାର ସହଯୋଗ ମିଳିନଥିଲା ବୋଲି ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି।

ଏହି ଘଟଣା ଗତ ୬ ତାରିଖରେ ହୋଇଥିଲା। ଅଭିଯୋଗ ଦାଖଲ କରିବାରେ ବିଳମ୍ୱ ନେଇ ଛାତ୍ରୀମାନେ କହିଛନ୍ତି, ପ୍ରିନସିପାଲ, ପ୍ରଶାସନିକ ବିଭାଗକୁ ଘଟଣା ବାବଦରେ ମୌଖିକ ଭାବରେ କୁହାଯାଇଥିଲା। ଆଜି ଲିଖିତ ଭାବରେ ଦିଆଯିବ। ୬ ତାରିଖ କଲେଜର ବାର୍ଷିକ ଉତ୍ସବ ଥିବାରୁ ୭ରେ ଛୁଟି ଥିଲା। ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଏବଂ ଏହାପରେ ରବିବାର ଥିଲା। ତେଣୁ ଅଭିଯୋଗ ଦାଖଲ କରି ହୋଇନାହିଁ। କାରଣ ଯେଉଁମାନେ ଅସଦାଚରଣର ଶିକାର ହୋଇଛନ୍ତି ସେମାନଙ୍କର ମତ ନେଇ ପୁଲିସ ଓ ପ୍ରଶାସନ ପାଖରେ ଅଭିଯୋଗ ଦାଖଲ କରିବୁ। ସାଉଥ୍ ଦିଲ୍ଲୀର ଡିସିପି ଅତୁଲ ଠାକୁର କହିଛନ୍ତି, ଏ ବାବଦରେ ଅଭିଯୋଗ କିଛି ମିଳିନାହିଁ।

ସେଦିନ ଅପରାହ୍ନ ୩ଟାରୁ ରାତି ୯ଟାଯାଏ ଝିଅମାନେ ଅସଦାଚରଣର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଜାମର ଲାଗିଥିବାରୁ ଫୋନର ନେଟଓ୍ୱର୍କ କାମ କରୁନଥିଲା ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

କଲେଜର ପ୍ରନିସିପାଲ ଡକ୍ଚର ପ୍ରୋମିଲା କୁମାର କହିଛନ୍ତି, ଏ ବାବଦରେ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। କଲେଜର ସିସିଟିଭି ଚେକ୍ ହୋଇଛି। ସେମିତି କିଛି ଘଟଣା ଘଟିଥିବାର ଚିତ୍ର ସାମ୍ନାକୁ ଆସିନାହିଁ। ଏମିତିକି ଏ ବାବଦରେ ତାଙ୍କ କଲେଜ ଷ୍ଟାଫଙ୍କ ନିକଟରେ କୌଣସି ଅଭିଯୋଗ ଦାଖଲ ହୋଇନାହିଁ। କଲେଜ ପାଖରେ ସିକ୍ୟୁରିଟି ବ୍ୟବସ୍ଥା ରହିଛି। ଗାର୍ଡସ, ବାଉନସର, ପୁଲିସ ସାଙ୍ଗକୁ ସାଧା ପୋଷାକରେ ପୁଲିସ ମଧ୍ୟ ଥିଲେ। ମୋଟ୍ ୨୦୦ ଜଣ କଲେଜ ଷ୍ଟାଫ୍ ବାର୍ଷିକ ଉତ୍ସବ ବେଳେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ ବୋଲି ପ୍ରିନସିପାଲ କହିଛନ୍ତି।

କଲେଜ ବାର୍ଷିକ ଉତ୍ସବ ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଆସନ୍ତି। ସେଦିନ ଭିଡ ବହୁତ ଅଧିକ ହୋଇଥିଲା। କିଛି ବାହାର ଲୋକ ମଧ୍ୟ ଥିଲେ। କିଛି ପାଚେରୀ ଡେଇଁ ଆସିଥିଲେ। କିଛି ଲୋକ କଲେଜ ବାହାରର ବୋଲି ସନ୍ଦେହ ପ୍ରକାଶ କରି ସିକ୍ୟୁରିଟି ମଧ୍ୟ ବାହାର କରିଛନ୍ତି। ବାର୍ଷିକ ଉତ୍ସବ ବେଳେ ଛାତ୍ରୀଙ୍କ ବସିବା ପାଇଁ ଅଲଗା ବ୍ୟବସ୍ଥା ହୋଇଥିଲା। ହେଲେ ନିଜ ସମ୍ପର୍କୀୟ ଓ ସାଙ୍ଗଙ୍କ ସହ ମିଶିବାକୁ ଯାଇ ସାଧାରଣ ଜାଗାରେ ବସିଥିଲେ ବୋଲି ପ୍ରନସିପାଲ କହିଛନ୍ତି।



from Odisha Reporter https://ift.tt/2vjdvUO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages