କଟକ(ଓଡ଼ିଶା ରିପୋର୍ଟର): କାୟା ମେଲାଉଛି ‘କରୋନା’ । ଭାରତରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ କରୋନା ପରି ଲକ୍ଷଣ ଦେଖାଯିବାରୁ ଏସ୍ସିବିରେ ୨ ଜଣ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ନମୁନା ପରୀକ୍ଷା ପାଇଁ ଲାବୋରୋଟାରିକୁ ପଠା ଯାଇଥିବା ବେଳେ ଆଜି ଆଉ ଜଣକର ନମୁନା ପଠାଯିବ ବୋଲି ଜଣାପଡ଼ିଛି ।
ରାଜ୍ୟରୁ ସମୁଦାୟ ୫ ଜଣଙ୍କ ନମୁନା ପୁଣେ ଭାଇରଲୋଜି ଲ୍ୟାବକୁ ପଠାଯାଇଥିଲା । ୫ଟି ନମୁନାରୁ ୪ଟି ରିପୋର୍ଟ ନେଗେଟିଭ ଆସିଥିବା ଡିଏମ୍ଇଟି ସୂଚନା ଦେଇଛନ୍ତି। ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଏଯାଏଁ ଆସିନାହିଁ । ଚୀନ ଫେରନ୍ତା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି ।
ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ଭୂତାଣୁକୁ ନେଇ ଆଡଭାଇଜରି ଜାରି ହୋଇଛି । ଓଡ଼ିଶା ଆସିଥିବା ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ ପାଇଁ ସରକାର ଆଡଭାଇଜରି ଜାରି କରିଛନ୍ତି । ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ୪ଟି ସ୍ଥାନରୁ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୂଚନା ଦେବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
from Odisha Reporter https://ift.tt/39dAVKb
No comments:
Post a Comment