ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଏନ୍ଆର୍ସିକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଗତ ଗୁରୁବାର ଅପରାହ୍ନରେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଏଭିଳି ବିରୋଧ ଚାଲିଥିବା ବେଳେ ଜଣେ ନାବାଳକ ‘ଏଇ ନିଅ ଆଜାଦୀ’ ବୋଲି କହି ଗୁଳି ଫୁଟାଇଥିଲେ। ଏଥିରେ ଜଣେ ଯୁବକ ଆହତ ହୋଇଥିଲେ। ସେହିପରି ଶନିବାର ଶାହୀନ ବାଗ୍ରେ କପିଲ ଗୁର୍ଜର ନାମକ ଜଣେ ଯୁବକ ଗୁଳି ଫୁଟାଇଥିଲେ। ଦେଶରେ କେବଳ ହିନ୍ଦୁମାନଙ୍କ ରାଜୁତି ଚାଲିବ ବୋଲି ସେ କହିଥିଲେ। ଆଉ ଏସବୁ କଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁର। ତା’ସହିତ ଭୟରନକ ରାଜନୀତି ବନ୍ଦ କରାଯାଉ ବୋଲି କହିଛନ୍ତି।
This is something that I never imagined would happen in India. Stop this divisive dangerous politics. It fuels HATE. If you believe yourself to be a Hindu then understand that the religion is about Karma and dharma and this is not either of those. https://t.co/nAZcUX6p7o
— Sonam K Ahuja (@sonamakapoor) February 1, 2020
ସୋନମ୍ ଟ୍ୱିଟ୍ କରି ଲେଖିଛନ୍ତି, “ଭାରତରେ ଏପରି ଘଟିବ ବୋଲି ମୁଁ କେବେ କଳ୍ପନା ବି କରି ନଥିଲି। ଏ ପ୍ରକାରର ଭୟାନକ ବିଭାଜନକାରୀ ରାଜନୀତି ବନ୍ଦ କର। ଏହା ଘୃଣାକୁ ପ୍ରୋତ୍ସାହିତ କରୁଛି। ଯଦି ଆପଣ ନିଜକୁ ହିନ୍ଦୁ ବୋଲି ବିଶ୍ୱାସ କରୁଛନ୍ତି, ତା’ହେଲେ ବୁଝିଯା’ନ୍ତୁ ଯେ ଆପଣଙ୍କ ଧର୍ମ ଆପଣଙ୍କ କର୍ମରେ ରହିଛି। ଆଉ ଏ ସବୁ ଯାହା ହେଉଛି ତାହା ସେଥିରେ ନାହିଁ।”
It’s my faith. And you need to learn it. This is not the practice of Hinduism. This is the religion of HATE.
— Sonam K Ahuja (@sonamakapoor) February 1, 2020
Apparently I do. I believe in facts, not conspiracy theories that are concocted so that people can feel better about their choices.
— Sonam K Ahuja (@sonamakapoor) February 1, 2020
Yes I do TROLL . You have so much bad karma piling up you should be scared of what destiny holds for you. I will pray for your lost atma and all those people who are fuelled by hate. Om Namah Shivay!
— Sonam K Ahuja (@sonamakapoor) February 1, 2020
ଏହି ଟ୍ୱିଟ୍ ପରେ କିଛି ଲୋକ ତାଙ୍କୁ ସମାଲୋଚନା କରିଥିଲେ। ହେଲେ ସୋନମ ବି ସେମାନଙ୍କୁ ଛାଡ଼ି ନଥିଲେ। ସେ ବି ସେମାନଙ୍କ ପ୍ରତିକ୍ରିୟା ଉପରେ ନିଜ ମତ ରଖିଥିଲେ। ଜଣେ ବ୍ୟକ୍ତି ଲେଖିଥିଲେ, ଆମକୁ ଧର୍ମ ଶିଖାଅ ନାହିଁ। ଏହାର ଜବାବରେ ସୋନମ ଲେଖିଥିଲେ,“ଏହା ମୋର ବିଶ୍ୱାସ। ଆଉ ଆପଣ ଏହାକୁ ଶିଖିବା ଦରକାର। ଏହା ହିନ୍ଦୁ ଧର୍ମର ଆଚରଣ ନୁହେଁ। ଏହା ଘୃଣାର ଧର୍ମ।” ସେହିପରି ଅନ୍ୟଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ଯଦି ରାଜନୀତି ଜଣାନାହିଁ ତା’ହେଲେ କର ନାହିଁ। ଏହାର ଜବାବରେ ସୋନମ କହିଥିଲେ ଯେ ସେ ନିଶ୍ଚିତ କରିବେ। ସେ ତଥ୍ୟରେ ବିଶ୍ୱାସ କରନ୍ତି। ସେ ଷଡ଼ଯନ୍ତ୍ରରେ ବିଶ୍ୱାସ କରନ୍ତି ନାହିଁ ଯେଉଁଥିରେ ଲୋକେ କେବଳ ଭଲ ବୋଲି କହିବେ।
शाहीन बाग में फायरिंग का आरोपी pic.twitter.com/edLdlu7gOs
— Arun Kumar Singh (@arunsingh4775) February 1, 2020
from Odisha Reporter https://ift.tt/2RQgo8k
No comments:
Post a Comment