ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ଆମ୍ବୁଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ଆମ୍ବୁଲାନ୍ସ

ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ। ହେଲେ ଡ୍ରାଇଭର ଓ ରୋଗୀ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ଆମ୍ବୁଲାନ୍ସ ହେଲପର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କପିଳାସ ରାସ୍ତାର ଭଗବାନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆମ୍ବୁଲାନ୍ସଟି ଯୋରନ୍ଦା ମହିମା ଗାଦିରୁ ଜଣେ ମହିମା ସନ୍ୟାସୀଙ୍କୁ ନେଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଯାଉଥିଲା। ମାତ୍ର କପିଳାସ ରାସ୍ତାର ଭଗବାନପୁର ନିକଟରେ ଗାଡ଼ିର ଷ୍ଟିଅରିଙ୍ଗ୍ ଫେଲ୍‌ ହେବାରୁ ତାହା ଏକ  ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ବିଦ୍ୟୁତ୍‌ ଖୁଣ୍ଟଟି ଦୁଇ ଗଡ ହୋଇଯାଇଥିବା ବେଳେ ରାସ୍ତାରେ 11 କେଭି ବିଦ୍ୟୁତ୍‌ ତାର ବିଛାଇ ହୋଇପଡିଥିଲା ।

ଆମ୍ବୁଲାନ୍ସରେ ଥିବା ହେଲପରଙ୍କର ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହଠାତ୍ ଆମ୍ବୁଲାନ୍ସର ଷ୍ଟିଅରିଙ୍ଗ ଫେଲ ହେବାରୁ ବିଦ୍ୟୁତ୍‌ ଖୁଣ୍ଟରେ ତାହା ପିଟି ହୋଇଯାଇଥିଲା ବୋଲି ଡ୍ରାଇଭର କହିଛନ୍ତି।



from Odisha Reporter https://ift.tt/37sjPa9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages