ବାସୁଦେବପୁର(କିରଟି ଦାସ): ଶିଶୁ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି। ଚିକିତ୍ସାରେ ଅବହେଳା ହେତୁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ପରିବାର ଲୋକେ ମେଡିକାଲ ପରିସରରେ ପାଟିତୁଣ୍ଡ କରିଥିଲେ।
ସୂଚନା ଅନୁଯାୟୀ, ଝାଡ଼ାବାନ୍ତି ଯୋଗୁଁ ନରସିଂହପୁର ଅଞ୍ଚଳର ଏକ ୧୩ ମାସର ଶିଶୁପୁତ୍ର ଗୁରୁବାର ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲା। ଚିକିତ୍ସା ପରେ ପିଲାଟି ସୁସ୍ଥ ହୋଇଥିବା କହି ଡାକ୍ତର ଘରକୁ ଫେରାଇ ଦେଇଥିଲେ । ତେବେ ଶୁକ୍ରବାର ସକାଳେ ଶିଶୁର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାକୁ ପୁଣି ମେଡିକାଲ ଆଣିଥିଲେ । ଶିଶୁଟି ପୁଣି ଭଲ ହୋଇଯାଇଥିବା କହି ଡାକ୍ତର ଅପରାହ୍ନରେ ଛୁଆଟିକୁ ଘରକୁ ପଠାଇ ଦେଇଥିଲେ। କିନ୍ତୁ ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ପୁଣି ମେଡିକାଲ ଆଣିଥିଲେ। ହେଲେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଥିଲା ।
ଚିକିତ୍ସାରେ ଅବହେଳା ଅଭିଯୋଗ କରି ପରିବାର ଲୋକଙ୍କ ପାଟିତୁଣ୍ଡ କରିଥିଲେ । ଖବର ପାଇ ପୁଲିସ୍ ମେଡିକାଲରେ ପହଞ୍ଚିଥିବା ଜଣାଯାଇଛି।
from Odisha Reporter https://ift.tt/3aj64MJ
No comments:
Post a Comment