ଟିଭି ଫାଟି ମହିଳା ମୃତ; ଦୁଇ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 21, 2020

ଟିଭି ଫାଟି ମହିଳା ମୃତ; ଦୁଇ ଗୁରୁତର

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡ଼ିହି  ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।  ଟେଲିଭିଜନ୍‌ ଦେଖିବା ସମୟରେ  ହଠାତ୍‌ ଏହା ସର୍ଟସର୍କିଟ୍ ହୋଇ ଫାଟି ଯିବାରୁ  ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ମହିଳାଙ୍କ ସ୍ୱାମୀ ଓ ତାଙ୍କ  ୬ ମାସ ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ  ବବି ନାଏକ।

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ବବି ନାଏକ, ତାଙ୍କ ସ୍ୱାମୀ ଡିଲେଶ୍ୱର ଓ ଛଅମାସର ଶିଶୁ କନ୍ୟାକୁ ଧରି  ଟିଭି ଦେଖୁଥିଲେ। ଏହି ସମୟରେ ଟେଲିଭିଜନ୍‌ଟି ସର୍ଟସର୍କିଟ୍ ହୋଇ ଫାଟି ଯାଇଥିଲା।  ଯାହାଫଳରେ ବବି, ତାଙ୍କ ସ୍ୱାମୀ ଓ ଛଅମାସର ଶିଶୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପୋଡ଼ି ଯାଇଥିଲେ।  ତେବେ ତାଙ୍କ ପାଖ ପଡ଼ୋଶୀ  ଜୋରର୍‌ ଆବାଜ ଶୁଣି ବବିଙ୍କ ଘରକୁ ଆସିଥିଲେ।  ଏହାପରେ  ଗୁରୁତର ଥିବା ତିନି ଜଣଙ୍କୁ  ଉଦ୍ଧାର କରିବା ସହ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ  ଖବର ଦେଇଥିଲେ।  ସଙ୍ଗେ ସଙ୍ଗେ ପୁଲିସ୍‌ ଓ ଅଗ୍ନିଶମ ବିଭାଗ  ପହଞ୍ଚି ଦୁଇଟି ୧୦୮ ଆମ୍ୱୁଲାନ୍ସ  ସାହାଯ୍ୟରେ ସେମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ  ପଠାଇଥିଲେ। ସେଠାରେ ଡାକ୍ତର ବବିଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ବବିଙ୍କ ସ୍ୱାମୀ ଓ ଶିଶୁ କନ୍ୟାର ଅବସ୍ଥା ସଙ୍କଟାପନ୍ନ ଥିବାରୁ  ରାଉରକେଲା ଆଇ ଜି ଏଚ୍‌କୁ ସ୍ଥାନାନ୍ତର କରାଯାଇଛି। ଏନେଇ  ଧୁରୁଆଡ଼ିହି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2vQhtEJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages