ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଛି ୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 21, 2020

ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଛି ୫ ଜୀବନ

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖର କରୁଣ ଚିତ୍ର ଦେଖିବାକୁ ମିଳିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସପ୍ତାହକ ମଧ୍ୟରେ ୨ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଗନିଆରୀ ଗାଁର ବିଳାଶିନୀ ବାଗ୍‌ ଓ ସିନାପାଲି ବ୍ଲକ ମାଲପଡା ଗାଁର ଜିଜେନ୍ଦ୍ର ମାଝୀ। ତେବେ ଜିଜେନ୍ଦ୍ରଙ୍କ ମୃତଦେହ ଗାଁକୁ ଆସିଥିବା ବେଳେ ଅର୍ଥାଭାବରୁ ବିଳାଶିନୀଙ୍କ ମୃତଦେହକୁ ଗାଁକୁ ଆସି ପାରି ନାହିଁ। ଏଥିସହ ବିଳାଶିନୀଙ୍କ ପରିବାରର ୫ ଜଣ ଇଟାଭାଟି ମାଲିକ ପାଖରେ ବନ୍ଧକ ଅଛନ୍ତି।

୬ ମାସ ତଳେ ବିଳାଶିନୀ, ତାଙ୍କ ବର୍ଷକର ପୁଅ, ବାପା , ମାଆ, ଭଉଣୀ ଓ ଭିଣୋଇ ଇଟା ଭାଟିରେ କାମ କରିବାକୁ ସିକନ୍ଦରାବାଦକୁ ଯାଇ ଥିଲେ। ହେଲେ କିଛି ଦିନ କାମ କଲା ପରେ ବିଳାଶିନୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଫେବ୍ରୁଆରୀ ୧୪ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା। ହେଲେ ଅର୍ଥାଭାବରୁ ତାଙ୍କ ମୃତଦେହ ଗାଁକୁ ଆସି ପାରି ନଥିଲା। ତେବେ ବିଳାଶିନୀ ବାଗଙ୍କ ବାପା- ମାଆ, ଭଉଣୀ-ଭିଣୋଇ ଏବଂ ତାଙ୍କ ବର୍ଷକର ପୁଅକୁ ଇଟାଭାଟି ମାଲିକ ବନ୍ଧକ ରଖିଛି। ଅଗ୍ରିୀମ ନେଇ ଥିବା ଟଙ୍କା  ଫେରସ୍ତ ନକଲେ ଛାଡ଼ବ ନାହିଁ ବୋଲି ଇଟାଭାଟି ମାଲିକ ଧମକ ଦେଉଛି। ଏନେଇ ବିଳାଶିନୀଙ୍କ ବାପା ତାଙ୍କ ବନ୍ଧୁ ବାନ୍ଧବଙ୍କୁ ଫୋନ୍‌ ଦ୍ୱାରା ଜଣାଇଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଖବର ପାଇ  ଘଟଣାର ତଦନ୍ତ ସହ ବନ୍ଧକଙ୍କୁ ଉଦ୍ଧାର କରାଯିବ ବୋଲି ଜିଲ୍ଲା ଶ୍ରମ ବିଭାଗ କହିଛି।

ସେପରି ଜିଜେନ୍ଦ୍ର ମାଝୀ ଗୁଜୁରାଟରେ କାମ କଲା ବେଳେ ମେସିନରେ ଦୁଇ ହାତ କଟି ଯିବାରୁ ସେଠାରେ ତାଙ୍କର ଫେବ୍ରୁଆରୀ ୧୬ ତାରିଖରେ ମୃତ୍ୟୁ ଘଟିଥିଲା। ଜିତେନ୍ଦ୍ରଙ୍କ ମୃତଦେହ ୧୮ ତାରିଖ ଦିନ ଗାଁକୁ  ଫେରିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇ ଥିଲା।



from Odisha Reporter https://ift.tt/2PeuAGC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages