ଆଜି ରାଜ୍ୟ ବଜେଟ୍‌; ଫୋକସ୍‌ରେ ଫାଇଭ୍ ଟି, ମୋ’ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 17, 2020

ଆଜି ରାଜ୍ୟ ବଜେଟ୍‌; ଫୋକସ୍‌ରେ ଫାଇଭ୍ ଟି, ମୋ’ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ ବଜେଟ୍‌। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଗୃହରେ ଉପସ୍ଥାପିତ ହେବ ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍‌ ଉପସ୍ଥାପନ କରିବେ। ଏଥର ରାଜ୍ୟ ବଜେଟ୍‌ର ଆକାର ବଢି ୧ ଲକ୍ଷ ୫୩ ହଜାର କୋଟି ଛୁଇଁବାର ସମ୍ଭାବନା ରହିଛି।

ଚଳିତ ବଜେଟ୍‌ରେ ଫୋକସ୍‌ରେ ରହିପାରେ ଫାଇଭ୍ ଟି, ମୋ’ ସରକାର ସହ ପୁରୀ, ଲିଙ୍ଗରାଜ ଆଦି ତୀର୍ଥସ୍ଥଳୀର ବିକାଶ । ଏସବୁ ବାଦ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଗଲେ କିଭଳି ବ୍ୟୟ ବରାଦ ହେବ ତା ଉପରେ ମଧ୍ୟ ନଜର ରହିଛି।

ବିଗତ ଆର୍ଥିକ ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୬.୧୬ ପ୍ରତିଶତକୁ ଖସିବା ନେଇ ଆକଳନ କରାଯାଇଛି । ଗତକାଲି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ତେବେ ଚଳିତ ବର୍ଷ ମୁଣ୍ଡ ପିଛା ଆୟ ୫ ପ୍ରତିଶତ ବଢିଥିଲେ ମଧ୍ୟ ଜାତୀୟ ହାର ତୁଳନାରେ ଏହା କମ୍ ରହିଛି ।



from Odisha Reporter https://ift.tt/2SEOOeZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages