ଜ୍ୟାକ୍‌ଲିନ୍‌ଙ୍କ ସହ ଆସିବେ ‌ଅସୀମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ଜ୍ୟାକ୍‌ଲିନ୍‌ଙ୍କ ସହ ଆସିବେ ‌ଅସୀମ୍

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୩’ ଶେଷ ହୋଇଯାଇଛି। ଶୋ’ର ବିଜେତା ସିଦ୍ଧାର୍ଥ ଶୁକ୍ଳା ଏବେ କଲର୍ସର ଆଉ ଏକ ଶୋ’ରେ ନଜର ଆସୁଛନ୍ତି। ତେବେ ଶୋ’ର ଅନ୍ୟତମ ଲୋକପ୍ରିୟ ଚେହେରା ଥିଲେ ଅସୀମ ରିଆଜ୍‌। ଶୋ’ରେ ତାଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ପ୍ରାୟ ସବୁ ସପ୍ତାହରେ ସେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡିଂରେ ରହୁଥିଲେ। ବର୍ତ୍ତମାନ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଆଉ ଏକ ମଞ୍ଚରେ ଦେଖିବାକୁ ଚାହୁଁଛନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଅସୀମ ପରଦାରେ ଧମାକେଦାର୍‌ କମ୍‌ବ୍ୟାକ୍‌ କରିବେ।

ସୂଚନା ଅନୁଯାୟୀ, ଅସୀମଙ୍କର ବଲିଉଡ୍‌ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓ ଆସିବାକୁ ଯାଉଛି। ସୋଶାଲ୍‌ ମିଡିଆରେ ଏ ନେଇ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏଥିରେ ସେ ଜ୍ୟାକଲିନ୍‌ଙ୍କ ସହ ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି। ଆଉ ଏହି ଭିଡିଓର କ୍ୟାପଶନ୍‌ରେ ଲେଖାଯାଇଛି- ‘ଆମେ ଆସିଯାଇଛୁ’। ତେବେ ଏହି ଭିଡିଓ ସହ ଏହା ମଧ୍ୟ ଭାଇରାଲ୍‌ ହେଉଛି ଯେ ଏମାନଙ୍କର ଏକ ମ୍ୟୁଜିକ୍‌ ଆଲବମ୍‌ ଆସୁଛି।

ଏହା ପୂର୍ବରୁ ଖବର ଆସିଥିଲା ଯେ ଅସୀମ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଫ୍‌ ଦି ଇୟର୍‌’ରେ ଶାହାରୁଖ ଖାନ୍‌ଙ୍କ ଝିଅ ସହ ନଜର ଆସିବେ। ତେବେ ପରବର୍ତ୍ତୀ ସମୟରେ କରଣ ଏହାକୁ ମିଛ ଖବର ବୋଲି କହିଥିଲେ। ତେଣୁ ବର୍ତ୍ତମାନ ଜ୍ୟାକ୍‌ଲିନ୍‌ଙ୍କ ସହ ମ୍ୟୁଜିକ୍‌ ଆଲବମ୍‌କୁ ନେଇ ଭାଇରାଲ୍‌ ହେଉଥିବା ଖବର କେତେ ସତ, ତାହା କେବେଳ ଅସୀମ କି ଜ୍ୟାକ୍‌ଲିନ୍‌ ମୁହଁ ଖୋଲିବା ପରେ ହିଁ ଜଣାପଡ଼ିବ। କୁହାଯାଉଛି, ଏହି ଗୀତଟି ରାପର୍‌ ବୋହେମିଆ ଗାଇବେ। ବୋହେମିଆ ପୂର୍ବରୁ ଅସୀମ ‘ବିଗ୍‌ ବସ୍‌’ ଘରେ ଥିବାବେଳେ ତାଙ୍କ ଫ୍ୟାନ୍‌ଫଲୋଇଂ ଦେଖି ତାଙ୍କ ପାଇଁ ଏକ ରାପ୍‌ ସଙ୍ଗ୍ ଗାଇ ଥିଲେ।



from Odisha Reporter https://ift.tt/3af5Ru1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages