ରିଚାଙ୍କୁ ବାହା ହେବେ ଅଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ରିଚାଙ୍କୁ ବାହା ହେବେ ଅଲୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଲୀ ଫଜଲ ନିଜ ଲଭ୍‌ ଅଫେୟାର୍‌କୁ ନେଇ ଏବେ ଟିକେ ଅଧିକ ଚର୍ଚ୍ଚାରେ ଅଛନ୍ତି। ଅନେକଦିନ ହେବ ଅଲୀ ଓ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ଡେଟିଂ ଖବରକୁ ନେଇ ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ଖବର ଆସିଛି ଯେ ଅଲୀ କୁଆଡ଼େ ରିଚାଙ୍କୁ ବାହାଘର ପାଇଁ ପ୍ରପୋଜ୍ କରିସାରିଛନ୍ତି।

View this post on Instagram

Power

A post shared by ali fazal (@alifazal9) on

ସୂଚନା ଅନୁଯାୟୀ, ଅଲୀ ଗତ ମାସରେ ରିଚାଙ୍କୁ ପ୍ରପୋଜ୍‌ କରିଥିଲେ। ରିଚା ମଧ୍ୟ ଡେରି ନ କରି ବାହାଘର ପାଇଁ ହଁ କରିଦେଇଛନ୍ତି। ୨୦୧୩ରେ ଫିଲ୍ମ ‘ଫୁକ୍‌ରେ’ ସେଟ୍‌ରେ ଏ ଦୁହିଁଙ୍କର ଦେଖା ହୋଇଥିଲା। ସେବେଠୁ ଦୁହେଁ ଭଲ ବନ୍ଧୁ ହୋଇଯାଇଥିଲେ। ତେବେ ୨୦୧୫ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଡେଟିଂ କରିବାର ପ୍ରାୟ ୨ ବର୍ଷ ପରେ ଅର୍ଥାତ୍ ୨୦୧୭ରେ ଏମାନେ ନିଜ ସମ୍ପର୍କକୁ ସର୍ବସମ୍ମୁଖରେ ସ୍ୱୀକାର କରିଥିଲେ।

View this post on Instagram

क्या तुम मुझसे फ़्रेंड्शिप करोगी ? मैंने दोस्ती भी निभाना सीख़ली है । आजकल काम आती है । हाउ डू यू डू हाहाहा । हाउ डू यू हाहा । हाउ हाउ हाउ । हाड़ा हाड़ा । Ok i will tell story: A blast survivor grows old and dies. Goes to heaven and meets God. Tells him a bomb joke from that day. At which God says “ that’s not funny 😡”. The man replies “ oh you should’ve been there dude” . . . Profoundness in an oxymoron . Pleasure is mine. See you soon babydoll. @therichachadha

A post shared by ali fazal (@alifazal9) on

ଯାହା ସୂଚନା ମିଳିଛି, ଏମାନେ ଚଳିତ ବର୍ଷ ହିଁ ବାହା ହେବେ। ତେବେ ଏ ନେଇ କିଛି ନିର୍ଦ୍ଦିଷ୍ଟ ତାରିଖ ଜଣାପଡ଼ିନି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଠିକ୍ ସମୟରେ ବାହାଘର ତାରିଖ ବିଷୟରେ ଘୋଷଣା କରାଯିବ ବୋଲି ରିଚା କହିଛନ୍ତି। ତେବେ ଏମାନଙ୍କ ବାହାଘର ଦୁଇଦିନ ଧରି ହେବ ବୋଲି ଜଣାପଡ଼ିଛି। ଆଉ ଏଥିରେ କେବଳ ସେମାନଙ୍କ ପରିବାର ଲୋକଙ୍କ ସହିତ ଘନିଷ୍ଠ ବନ୍ଧୁବାନ୍ଧବମାନେ ସାମିଲ ହେବେ।

ଅଲୀ ଫଜଲ୍‌ ଏକାଧାରରେ ଜଣେ ମଡେଲ୍‌, ଟିଭି ଉପସ୍ଥାପକ ଓ ଅଭିନେତା। ପ୍ରଥମେ ସେ ହଲିଉଡ୍‌ ଫିଲ୍ମ ‘The Other End of the Line’ ରେ ଏକ ଛୋଟ ରୋଲ୍‌ କରି କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ୨୦୦୯ରେ ଆମୀର ଖାନ୍‌ଙ୍କ ଫିଲ୍ମ ‘୩ ଇଡିୟଟ୍ସ’ରେ ‘ଜୟ’ ଭୂମିକାରେ ଅଭିନୟ କରି ବଲିଉଡ୍‌ରେ ଡେବ୍ୟୁ କରିଥିଲେ।  ତାଙ୍କୁ ପ୍ରଥମ ସଫଳତା ମିଳିଥିଲା ୨୦୧୩ରେ ଆସିଥିବା ଫିଲ୍ମ ‘ଫୁକ୍‌ରେ’ରେ। ଏହାପରେ ୨୦୧୫ରେ ସେ ଫିଲ୍ମ ‘ଖାମୋସିୟାଁ’ରେ ଲିଡ୍‌ ଆକ୍ଟର ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମ ତାଙ୍କୁ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଏହି ଫିଲ୍ମ ପରେ ତାଙ୍କ କ୍ୟାରିୟର୍‌ ଗାଡ଼ି ଆଗକୁ ଗଡ଼ିଚାଲିଲା। ଶେଷଥର ପାଇଁ ସେ ନେଟ୍‌ଫ୍ଲିକ୍ସର ଫିଲ୍ମ ‘ହାଉସ୍‌ ଆରେଷ୍ଟ‘ରେ ନଜର ଆସିଥିଲେ। ବଲିଉଡ୍‌ ବ୍ୟତୀତ ସେ କିଛି ହଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

ଅନ୍ୟପକ୍ଷରେ ରିଚା ଚଡ୍ଡାଙ୍କୁ ଫିଲ୍ମ ’ଗ୍ୟାଙ୍ଗ୍ସ ଅଫ୍‌ ୱାସିପୁର୍‌’ ପାଇଁ ଫିଲ୍ମ ଫେୟାର୍‌ ଆୱାର୍ଡ଼ ଜିତିଥିଲେ। ବେଷ୍ଟ ଆକ୍ଟ୍ରେସ୍‌ କ୍ରିଟିକ୍ସ ବର୍ଗରେ ସେ ଏହି ପୁରସ୍କାର ଜିତିଥିଲେ। ଏହାପରେ ସେ ‘ଫୁକ୍‌ରେ’, ‘ତମଞ୍ଚେ’, ‘ଗୋଲିଓ କି ରାସ୍‌ ଲୀଲା ରାମ୍‌ ଲୀଲା’, ‘ମସାନ୍’, ‘ସରବଜିତ୍’ ପରି ବହୁତ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଆଗକୁ ମଧ୍ୟ ତାଙ୍କର କିଛି ଫିଲ୍ମ ଆସୁଛି।

 

 



from Odisha Reporter https://ift.tt/2HX93xZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages