ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ଶୀତ ଲାଗି ରହିବ। କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ରହିବ। ଏହାପରେ ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପାଇଁ ୪ଟି ଜିଲ୍ଲାରେ କୋଲ୍ଡ ୱେଭ କଣ୍ଡିସନ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, କଟକ, ଅନୁଗୋଳ, ସୋନପୁର ଓ ବୌଦ୍ଧ।”
ଆସନ୍ତା ୨୪ ଘଣ୍ଟା ପରେ ଉଭୟ ଦିନ ଓ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବା। ଆସନ୍ତା ୨ ଦିନ ଯାଏ ଘନ କୁହୁଡ଼ି ଦେଖାଯିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ଷା ପରେ ରାଜ୍ୟରେ ବେଶୀ ଶୀତ ଅନୁଭୂତ ହୋଇଥିଲା। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା।
from Odisha Reporter https://ift.tt/39ws46l
No comments:
Post a Comment