Windows 10ରେ ବନ୍ଦ ହୋଇଯିବ ଫେସବୁକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

Windows 10ରେ ବନ୍ଦ ହୋଇଯିବ ଫେସବୁକ୍

ମୁମ୍ବାଇ: Windows 10 ପାଇଁ ସୋଶାଲ୍‌ ନେଟୱର୍କି ସାଇଟ୍‌ ଫେସବୁକ୍‌ ଏକ ଆପ୍‌ ଲଞ୍ଚ୍‌ କରିଥିଲା। ହେଲେ ଏବେ ବୋଧ ହୁଏ ଆଉ ଏହି ଆପ୍‌ ଆପଣଙ୍କ ପାଇଁ ଉପଲବ୍ଧ ରହିବ ନାହିଁ।  ଜଣେ ୟୁଜରଙ୍କୁ ଫେସ୍‌ବୁକ୍‌ ତରଫରୁ ଇମେଲ୍‌ ମିଳିଛି ଯେଉଁଥିରେ ଲେଖାଯାଇଛି ଯେ ୨୦୨୦ ପେବୃଆରୀ ୨୮ରୁ ଏହି ଆପ୍‌ କାମ କରିବା ବନ୍ଦ କରିଦେବ। ତେଣୁ ଆପଣ ଯଦି Windows 10 ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଖରାପ ଖବର।

କିନ୍ତୁ ଯଦି  ଆପଣ  Windows 10 କମ୍ପ୍ୟୁଟର୍‌ରେ ୱେବ୍‌ ବ୍ରାଉଜର୍‌ ଜରିଆରେ ବ୍ୟବହାର କରିପାରିବେ। ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ ହେବ ନାହିଁ। ଆପଣ ଏବେ ମଧ୍ୟ ଫେସ୍‌ବୁକ୍‌ର ସମସ୍ତ ଫିଚର Windows 10 କମ୍ପୁଟର୍‌ରେ ୱେବ୍‌ ବ୍ରାଉଜର୍‌ ଜରିଆରେ କରିପାରିବେ। କମ୍ପାନୀ ମୁତାବକ, ବେଷ୍ଟ ଏକ୍ସପେରିଏନ୍ସ ପାଇଁ ଆପଣ ସୁନିଶ୍ଚିତ କରିଦିଅନ୍ତୁ ଯେ ଆପଣ Windows Edge ସହ ଅନ୍ୟ ୱେବ୍‌ ବ୍ରାଉଜର୍‌ର ଅପଡେଟ୍‌ ଭର୍ଜନ୍‌ ହିଁ ବ୍ୟବହାର କରୁଛନ୍ତି ବୋଲି।

କୁହାଯାଉଛି ଯେ କମ୍ପାନୀ ଏପରି କରିବାର କାରଣ ହେଉଛି, ଏହି ଆପ୍‌ ନ ଚାଲିବା। କମ୍ପାନୀ Windows 10 ପାଇଁ ଆପ୍‌ ଲଞ୍ଚ୍‌ କରିଥିଲା ସତ ହେଲେ ଏହାକୁ ବହୁତକମ୍‌ ଲୋକ ବ୍ୟବହାର କରୁଥିଲେ। ଏହାକୁ ରେଟିଂ ଓ ରିଭ୍ୟୁ ମଧ୍ୟ ଏତେ ଭଲ ମିଳୁନଥିଲା। ଲୋକଙ୍କ କହିବା ଅନୁଯାୟୀ ଏହି ଆପ୍‌ ବଗ୍‌ କାରଣରୁ ବହୁତ ଶ୍ଲୋ କାମ କରୁଥିଲା। ବ୍ୟବହାର କରିବା ଦ୍ୱାରା ଅନେକ ସମୟରେ ଏହା କ୍ରାଶ୍‌ ବି ହେଇଯାଉଥିଲା। ତେଣୁ କମ୍ପାନୀ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।



from Odisha Reporter https://ift.tt/2SkK7qn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages