ପାଇଲଟ୍‌ ହୋଇଆସୁଛନ୍ତି କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 17, 2020

ପାଇଲଟ୍‌ ହୋଇଆସୁଛନ୍ତି କଙ୍ଗନା

ମୁମ୍ବାଇ: ଆସନ୍ତା ବର୍ଷ ପରଦାକୁ ଆସିବ ଫିଲ୍ମ ‘ତେଜସ୍‌’। ତେବେ ତା’ପୂର୍ବରୁ ଫିଲ୍ମର ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି। ଏଥିରେ କଙ୍ଗନା ରାଣାୱତଙ୍କୁ ପାଇଲଟ୍ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛି। କାରଣ ସେ ଏହି ଫିଲ୍ମରେ ଜଣେ ପାଇଲଟ୍ ଭୂମିକାରେ ହିଁ ଅଭିନୟ କରୁଛନ୍ତି।

ପୋଷ୍ଟର୍‌ରେ କଙ୍ଗନା ଏକଦମ୍‌ କିଲର୍‌ ଲୁକ୍‌ରେ ନଜର ଆସିଛନ୍ତି। ସେ ଭାରତୀୟ ବାୟୁସେନାର ୟୁନିଫର୍ମ ପିନ୍ଧିଥିବା ବେଳେ ହାତରେ ହେଲ୍‌ମେଟ୍‌ ଧରିଛନ୍ତି। ତାଙ୍କ ପଛରେ ଭାରତୀୟ ବାୟୁସେନାର ଏକ ଫାଇଟର୍ ଜେଟ୍ ମଧ୍ୟ ଛିଡ଼ା ହୋଇଛି। ତେବେ ତାଙ୍କ ଲୁକ୍‌କୁ କମ୍ପ୍ଲିଟ୍‌ କରୁଛି ତାଙ୍କର କଳା ଚଷମା। 

କଙ୍ଗନାଙ୍କ ଟିମ୍ ଏହି ଫିଲ୍ମଟିକୁ ସେନାରେ ଥିବା ସମସ୍ତ ମହିଳାଙ୍କୁ ଉତ୍ସର୍ଗ କରିଛି। କଙ୍ଗନାଙ୍କ ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍ କରି ଲେଖିଛନ୍ତି, ୟୁନିଫର୍ମ ପିନ୍ଧୁଥିବା ସମସ୍ତ ସାହସୀ ଓ ଦୃଢ଼ମନା ମହିଳାଙ୍କ ପାଇଁ, ଯେଉଁମାନେ ଦିନରାତି ଆମ ଦେଶପାଇଁ ତ୍ୟାଗ କରନ୍ତି। କଙ୍ଗନା ତାଙ୍କ ଆଗାମୀ ଫିଲ୍ମରେ ବାୟୁସେନାର ପାଇଲଟ୍‌ ଭୂମିକାରେ ଅଭିନୟ କରୁଛନ୍ତି, ଯାହାର ନାଁ ହେଉଛି- ତେଜସ୍। 

କଙ୍ଗନା କହିଛନ୍ତି, ଅନେକ ସମୟରେ ସେନାରେ କାମ କରୁଥିବା ସାହସୀ ମହିଳାମାନଙ୍କ ତ୍ୟାଗକୁ ଅଣଦେଖା କରି ଦିଆଯାଏ। ‘ତେଜସ୍’ରେ ମୋତେ ଏମିତି ଜଣେ ପାଇଲଟ୍‌ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଛି ଯିଏ ପ୍ରଥମେ ନିଜ ପାଇଁ ନୁହେଁ ଦେଶ ପାଇଁ ଚିନ୍ତା କରେ। ଆମେ ଆଶା କରୁଛୁ ଯେ ଆମର ଏହି ଫିଲ୍ମ ଆଜିର ଯୁବପିଢ଼ିଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିବ ଓ ସେମାନେ ଭାରତୀୟ ବୋଲି ନିଜକୁ ଗର୍ବିତ ଅନୁଭବ କରିବେ।

ସୂଚନାଯୋଗ୍ୟ, ସର୍ବେଶ ମେୱାଡ଼ା ଫିଲ୍ମର କାହାଣୀ ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଭାର ମଧ୍ୟ ସମ୍ଭାଳିଛନ୍ତି। ଫିଲ୍ମର ପ୍ରୋଜନା ଭାର ସମ୍ଭାଳିଛନ୍ତି ରୋନି ସ୍କୃବାଲା। ଫିଲ୍ମର ଶୁଟିଂ ଆସନ୍ତା ମାସରୁ ଆରମ୍ଭ କରିବାକୁ ଯୋଜନା ରହିଛି। ଫିଲ୍ମଟି ୨୦୨୧ ଏପ୍ରିଲ୍‌ରେ ପରଦାକୁ ଆସିବ।



from Odisha Reporter https://ift.tt/2SWj5Vp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages