ଶୁଣୁ ନ ଥିଲା ପୁଲିସ୍‌, ଘେରିଲେ ଗ୍ରାମବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 17, 2020

ଶୁଣୁ ନ ଥିଲା ପୁଲିସ୍‌, ଘେରିଲେ ଗ୍ରାମବାସୀ

ଆଠଗଡ଼(ନୀଳକଣ୍ଠ ଦୋରା): ମଦ ବେପାରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗରେ ଗତକାଲି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ଗ୍ରାମବାସୀ ପୁଲିସ୍‌କୁ ଘେରିଥିଲେ । ଗାଁରେ ମଦ ବେପାର ସମ୍ପୂର୍ଣ୍ଣ ବନ୍ଦ କରିବା ଓ ମଦବେପାରିଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେଲା ଦାବୀ କରିଆସୁଥିଲେ ମଧ୍ୟ ପୁଲିସ୍‌ ଏହାକୁ କର୍ଣ୍ଣପାତ କରୁ ନ ଥିଲା।

ଗତକାଲି ଗୁରୁଡ଼ିଝାଟିଆ ପୁଲିସ୍‌ ଗାଁରୁ ୪ଜଣ ମଦବେପାରିଙ୍କୁ ଉଠାଇ ନେଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣଙ୍କୁ ଛାଡ଼ି ଦେଇଥିଲା।  ସେହି ବେପାରୀଜଣଙ୍କ ଗାଁରେ ପୁନର୍ବାର ମଦ ବିକିବା ସହିତ ଗାଁ ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଫଳରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସମାଧାନ କରିବାକୁ ଯାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଦୀର୍ଘ ସମୟ ଧରି ପୁଲିସ୍‌କୁ ଘେରି ରହିଥିଲେ।



from Odisha Reporter https://ift.tt/37GTmFX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages