ମୁମ୍ବାଇ: ସାଉଥ୍ ସୁପରଷ୍ଟାର କମଲ୍ ହାସନ୍ଙ୍କ ଫିଲ୍ମ ‘ଇଣ୍ଡିଆନ୍ ୨’ର ଶୁଟିଂ ସେଟ୍ରେ ଘଟିଥିବା ଦୁର୍ଘଟଣାରେ ୩ ଜଣ ଟେକ୍ନିସିଆନ୍ଙ୍କର ମୃତ୍ୟୁ ହୋଇଥିଲା। ତେବେ ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ଏସ୍ ଶଙ୍କର ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି।
ଶଙ୍କର କହିଛନ୍ତି, ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା କୃଷ୍ଣ, ମଧୂ ଓ ଚନ୍ଦ୍ରନଙ୍କ ପରିଜନଙ୍କୁ କୌଣସି ପ୍ରକାର ସହାୟତା ଦେଲେ ବି ତାଙ୍କ ଅନୁପସ୍ଥିତିକୁ ପୂରା କରିପାରିବ ନାହିଁ। ତଥାପି ମୁଁ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ଦେଉଛି, ଯାହାକି ସେମାନଙ୍କ ପାଇଁ ଏକ ଛୋଟ ସାହାଯ୍ୟ ହେବ।’ ଶଙ୍କର ଏବେ ମଧ୍ୟ ସେହି ଦୁର୍ଘଟଣାକୁ ନେଇ ଚିନ୍ତାରେ ଅଛନ୍ତି। ଏତେ ସୁରକ୍ଷା ପରେ ବି ଏତେ ବଡ଼ ଦୁର୍ଘଟଣା କିଭଳି ଘଟିପାରିଲା ସେ ବିଶ୍ୱାସ କରିପାରୁ ନାହାଁନ୍ତି।
ସୂଚନା ଯୋଗ୍ୟ, ଚେନ୍ନାଇର ଇବିପି ଷ୍ଟୁଡିଓରେ କମଲ୍ ହାସନ୍ଙ୍କ ଫିଲ୍ମ ‘ଇଣ୍ଡିଆନ୍ ୨’ର ଶୁଟିଂ ଚାଲିଥିବା ସମୟରେ ଏକ କ୍ରେନ୍ ଖସିପଡ଼ିଥିଲା ଯାହାଫଳରେ ୩ ଜଣଙ୍କର ମୃତ୍ୟୁ ହେବା ସହ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ଘଟଣାଟି ଫେବୃଆରୀ ୧୯ ତାରିଖ ରାତି ୯.୩୦ ମିନିଟ୍ରେ ଘଟିଥିଲା। ତେବେ ପୁଲିସ୍ ଘଟଣାର ତଦନ୍ତ କରି କ୍ରେନ୍ର ଡ୍ରାଇଭରଙ୍କୁ ଆରେଷ୍ଟ କରିଥିଲା। ସୂଚନା ଅନୁଯାୟୀ ଘଟଣାରେ କମଲ୍ ଓ ନିର୍ଦ୍ଦେଶକ ଶଙ୍କରଙ୍କୁ ମଧ୍ୟ ସମନ୍ ପଠାଯାଇଥିଲା।
‘ଇଣ୍ଡିଆନ୍ ୨’ ୧୯୯୬ରେ ଆସିଥିବା କମଲ୍ ହାସନ୍ଙ୍କ ଫିଲ୍ମ ‘ଇଣ୍ଡିଆନ୍’ର ସିକ୍ୱେଲ୍। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଶଙ୍କର। କିଛି ଦିନ ପୂର୍ବରୁ ଫିଲ୍ମର ଏକ ପୋଷ୍ଟର ରିଲିଜ୍ ହୋଇଥିଲା। ଏଥିରେ କମଲ୍ ଜଣେ ବୟସ୍କ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିଥିଲେ। ତାଙ୍କ ବ୍ୟତୀତ ଫିଲ୍ମରେ ସିଦ୍ଧାର୍ଥ ଓ କାଜଲ୍ ଅଗ୍ରୱାଲ୍ ମଧ୍ୟ ଅଭିନୟ କରିଛନ୍ତି। କୁହାଯାଉଛି ଯେ ଏହା କମଲ୍ ହାସନ୍ଙ୍କର ଶେଷ ଫିଲ୍ମ ବୋଲି। କାରଣ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଅଭିନୟ ଛାଡ଼ିଦେବେ। ଏଭଳି ସେ ନିଜ ରାଜନୀତି କ୍ୟାରିୟର ପାଇଁ କରୁଛନ୍ତି। ସେ ଦୁଇଟିଯାକ କାମ ଏକାଠି କରିପାଇବେ ନାହିଁ। ତେଣୁ ଏବେ ସେ କେବଳ ରାଜନୀତିରେ ହିଁ ଧ୍ୟାନ ଦେବାକୁ ଚାହୁଁଛନ୍ତି।
from Odisha Reporter https://ift.tt/2PyXgtU
No comments:
Post a Comment