ପୁଲିସକୁ ଆପର ପ୍ରଶ୍ନ, ବିଜେପି ନେତାଙ୍କ ବିରୋଧରେ କେବେ ରୁଜୁ ହେବ ଏଫଆଇଆର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

ପୁଲିସକୁ ଆପର ପ୍ରଶ୍ନ, ବିଜେପି ନେତାଙ୍କ ବିରୋଧରେ କେବେ ରୁଜୁ ହେବ ଏଫଆଇଆର?

ନୂଆଦିଲ୍ଲୀ: ଦିଲ୍ଲୀରେ ଉତ୍ତର ପୂର୍ବରେ ହୋଇଥିବା ହିଂସା ଘଟଣାକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ଚାଲିଛି। ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏହାକୁ ନେଇ ଦିଲ୍ଲୀ ପୁଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯେଉଁ ବିଜେପି ନେତା ଉସକେଇବା ଭଳି ଅଭିଭାଷଣ ଦେଇଥିଲେ ସେମାନଙ୍କ ବିରୋଧରେ କାହିଁକି ଏତଲା ଦିଆଯାଇନାହିଁ? ଏବେ ମିଡିଆ ପଚାରିବ କି କାହା ଚାପର ବଶବର୍ତ୍ତୀ ହୋଇ ବିଜେପି ନେତା ଉସକେଇବାଭଳି ଅଭିଭାଷଣ ଦେଇଥିଲେ?

ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଓ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ବିଜେପି ସାଂସଦ ପରଭେଶ ବର୍ମା, କପିଲ ମିଶ୍ରା ଭଳି ନେତା ଉସକେଇଲାଭଳି ଅଭିଭାଷଣ ଦେଇଥିଲେ। ଏମାନଙ୍କ ବିରୋଧରେ ପୁଲିସ୍‌ ଏଫଆଇଆର ରୁଜୁ କରି ନଥିବାରୁ କୋର୍ଟ ବିସ୍ମୟ ହୋଇଥିଲେ। ଏଯାବତ କିନ୍ତୁ ଏହି ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇନାହିଁ।

ସୂଚନାଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ମାମଲାରେ ପୁଲିସ ଏଯାବତ ୧୪୮ଟି ଏତଲା ଗ୍ରହଣ କରାଯାଇଛି। ୬୩୦ ଲୋକଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ ଶୁକ୍ରବାର ଏହି ସୂଚନା ଦେଇଛି। ଦିଲ୍ଲୀ ପୁଲିସର ମୁଖପାତ୍ର ମନଦୀପ ସିଂହ ରନ୍ଧଓ୍ୱା କହିଛନ୍ତି, ଫରେନସିକ୍ ଟିମକୁ ଏହି ଘଟଣାରେ ନିୟୋଜିତ କରାଯାଇଛି। ଖୁବଶୀଘ୍ର ଅପରାଧୀଙ୍କୁ ଧରିବାରେ ଦିଲ୍ଲୀ ପୁଲିସ ସଫଳ ହେବ।

ସୂଚନାଯୋଗ୍ୟ, ଦିଲ୍ଲୀର ଉତ୍ତପୂର୍ବରେ ଦେଖା ଦେଇଥିବା ହିଂସା ଘଟଣା ଏବେ ପ୍ରଶମିତ ରହିଛି। ହେଲେ ଏହି ଘଟଣାରେ ଏଯାବତ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଜାଫରାବାଦ, ମଉଜପୁର, ଚନ୍ଦାବାଗ, ଖୁରେଜି ଖାସ ଏବଂ ଭଜନପୁରା ହିଂସା ବେଳେ କ୍ଷତିଗ୍ରସ୍ତ ହୋଇଛି।



from Odisha Reporter https://ift.tt/2T8ukLv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages