ମଣିଷ ପରେ କୁକୁରକୁ ଡେଇଁଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

ମଣିଷ ପରେ କୁକୁରକୁ ଡେଇଁଲା କରୋନା

ହଙ୍ଗକଙ୍ଗ: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ମଣିଷ ପରେ କୁକୁରକୁ ଏହି ଘାତକ ଭାଇରସ ଡେଇଁଛି। ହଙ୍ଗକଙ୍ଗର ଏକ ପୋମେରାନିଅନ ପ୍ରଜାତିର କୁକୁର କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ୟଭୋନେ ଚାଓ ହଉ ୟେ ତାଙ୍କ କୁକୁର ଅସୁସ୍ଥ ହେବା ପରେ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ୟଭୋନେଙ୍କ ପାଳିତ କୁକୁରର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ କୁକୁରଟି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା କଥା ସ୍ପଷ୍ଟ କରିଥିଲେ ଡାକ୍ତର। ଏବେ ସେହି କୁକୁରଟିକୁ ୧୪ ଦିନ ପାଇଁ ସ୍ୱତନ୍ତ୍ର ଭାବରେ ଅଲଗା ରଖାଯିବ ବୋଲି ୟଭୋନେ କହିଛନ୍ତି।

ମେଟ୍ରୋ ୟୁକେ ନାମକ ଏକ ଖବରକାଗଜରେ ଏହି ଏହି ରିପୋର୍ଟ ପ୍ରକାଶ ପାଇଛି। ଆଗ୍ରିକଲଚର, ଫିଶର ଏବଂ କଞ୍ଜରଭେସନ ଡିପାର୍ଟମେଣ୍ଟ ଏହି କୁକୁରର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମଥର ପାଇଁ ଜଣେ କୁକୁର ବା ପଶୁ ଶରୀରେ କରୋନା ଭାଇରସ ରହିଥିବା ଜଣାପଡ଼ିଛି। ଆଗାମୀ ଦିନରେ ପଶୁମାନଙ୍କ ଶରୀରରେ କରୋନା ସଂକ୍ରମିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଏହା ପୂର୍ବରୁ ଫେବୃଆରୀ ୨୨ରେ ଡେଲିମେଲ୍ ଏକ ଖବର ପ୍ରକାଶ ପାଇଥିଲା। ‘ଉହାନ ସହର ପାଖରେ ରହିଛି ଚୋଗାକିଙ୍ଗ। କିଛି ଦିନ ହେବ ଏହି ଜାଗାରେ ଥିବା ୧୩୫ ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଛି। ମୃତ ଜୀବଜନ୍ତୁଙ୍କ ମଧ୍ୟରେ କୁଆ, ଜଙ୍ଗଲି ଜୀବଜନ୍ତୁ ରହିଛନ୍ତି। କରୋନା ଭାଇରସ ପାଇଁ ଏହି ସ୍ଥାନରେ କୀଟନାଶକ ସ୍ପ୍ରେ କରାଯାଇଛି। କୀଟନାଶକର ମାତ୍ରା ଅଧିକ ରହିଥିବାରୁ ଏହି ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା’।



from Odisha Reporter https://ift.tt/3aaJ1U0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages