ଏକଜିଟ୍ ପୋଲ୍, ଏକଜାଟ୍ ପୋଲ୍ ନୁହେଁ: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 8, 2020

ଏକଜିଟ୍ ପୋଲ୍, ଏକଜାଟ୍ ପୋଲ୍ ନୁହେଁ: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ୍ ଦେଖିବା ପରେ ଶନିବାର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀର ସମସ୍ତ ସାଂସଦ ଓ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ବୈଠକ କରିଥିଲେ। ବୈଠକ ପରେ ଶାହ ଏବଂ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଏକଜିଟ୍ ପୋଲ୍, ଏକଜାଟ ପୋଲ୍ ନୁହେଁ।

ଏକଜିଟ୍ ପୋଲର ଗଣିତ କେବେ ଠିକ୍ ନୁହେଁ। ଏକଜିଟ୍ ପୋଲ ସଂଧ୍ୟା ୪ଟାରୁ ୫ଟା ମଧ୍ୟରେ ନିଆଯାଇଛି। ବିଜେପିର ଭୋଟରମାନେ କିନ୍ତୁ ସଂଧ୍ୟା ବେଳେ ବହୁ ପରିମାଣରେ ଆସି ମତଦାନ କରିଛନ୍ତି। ବୈଠକରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ୱାରା ହୋଇଥିବା ଏକଜିଟ୍ ପୋଲ୍ ବାବଦରେ ମଧ୍ୟ ଆଲୋଚନା ହୋଇଛି। ପୂର୍ବରୁ ମଧ୍ୟ ଅନେକ ଥର ଏକଜିଟ୍ ପୋଲ୍ ଭୁଲ୍ ପ୍ରମାଣିତ ହୋଇଛି। ଦିଲ୍ଲୀରେ ବିଜେପି ସରକାର ଗଢ଼ିବ ବୋଲି ମୀନାକ୍ଷୀ ଲେଖୀ କହିଛନ୍ତି।

ସେହିପରି ଏକଜିଟ୍ ପୋଲ୍ ଠିକ୍ ହେବ ନାହିଁ ବୋଲି ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ ଟୁଇଟ୍ କରି କହିଛନ୍ତି। ବିଜେପି ବିନା କୌଣସି ଦ୍ୱିଧାରେ ୪୮ଟି ଆସନରେ ବିଜୟୀ ହେବା ସହିତ ସରକାର ଗଢ଼ିବ। ଫେବୃଆରୀ ୧୧ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ତାଙ୍କର ଟୁଇଟ୍ ସତ ହେବ ବୋଲି ମନୋଜ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସଂଧ୍ୟା ୬ଟାରେ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ସମସ୍ତ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି ୭୦ରୁ ସର୍ବନିମ୍ନ ୫୦ଟି ଆସନରେ ବିଜୟୀ ହେବ ବୋଲି ଜଣାପଡ଼ିଛି। ସେହିପରି ବିଜେପି ୨୦୧୫ ତୁଳନାରେ କିଛି ଅଧିକ ଆସନ ଜିତିବ ଏବଂ କଂଗ୍ରେସ ଏକ ପ୍ରକାର ମୂଳପୋଛ ହୋଇଛି ବୋଲି ଏକଜିଟ ପୋଲ୍ ରିପୋର୍ଟରେ ପ୍ରକାଶ ପାଇଛି।



from Odisha Reporter https://ift.tt/2H9CoVA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages