୧୫ ଜାନୁଆରୀ ପୂର୍ବରୁ ଚୀନ ଯାଇଥିବା ବିଦେଶୀ ଭାରତ ଫେରିପାରିବେ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 8, 2020

୧୫ ଜାନୁଆରୀ ପୂର୍ବରୁ ଚୀନ ଯାଇଥିବା ବିଦେଶୀ ଭାରତ ଫେରିପାରିବେ ନାହିଁ

ନୂଆଦିଲ୍ଲୀ: ଚୀନରେ ନୋବେଲ କରୋନା ଭାଇରସର ଆତଙ୍କ ଜାରି ରହିଛି। କରୋନାରେ ଆକ୍ରାନ୍ତ ହୋଇ ଏଯାବତ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟ ଘଟିଛି। ୩୪ ହଜାରରୁ ଅଧିକ ଲୋକ ଏବେ ଏହି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହାରି ଭିତରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ) ଶନିବାର ଏକ ସର୍କୁଲାର ଜାରି କରିଛି। ଯେଉଁ ବିଦେଶୀ ନାଗରିକ ୧୫ ଜାନୁଆରୀ ପୂର୍ବରୁ ଚୀନ ଯାଇଛନ୍ତି ସେମାନେ ନୂଆ ସର୍କୁଲାର ଜାରି ହେବା ପର୍ଯ୍ୟନ୍ତ ଭାରତ ଆସିପାରିବେ ନାହିଁ।

ଏହାବାଦ୍ ୫ ଫେବୃଆରୀ ପୂର୍ବରୁ ଚୀନ ନାଗରିକଙ୍କୁ ଜାରି କରାଯାଇଥିବା ଭିସା ମଧ୍ୟ ରଦ୍ଦ କରାଯାଇଛି। ତେବେ ବିମାନରେ ଥିବା ଚୀନ କ୍ର୍ୟୁ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଡିଜିସିଏ ସ୍ପଷ୍ଟ କରିଛି।

ଡିଜିସିଏର ଆଦେଶ ମୁତାବିକ ୧୫ ଜାନୁଆରୀ, ୨୦୨୦ କିମ୍ୱା ଏହାପରେ ଚୀନ ଯାଇଥିବା ବିଦେଶୀ ନାଗରିକ ଭାରତ-ନେପାଳ, ଭାରତ-ଭୁଟାନ, ଭାରତ-ବାଂଲାଦେଶ ଏବଂ ଭାରତ-ମିଆଁମାର ସୀମା ସହିତ କୌଣସି ବିମାନ, ନୌସେନା ଦେଇ ଭାରତ ଆସିପାରିବେ ନାହିଁ।

ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ମଧ୍ୟ ଚୀନକୁ ଯାଉଥିବା ସମସ୍ତ ବିମାନ ସେବା ରଦ୍ଦ କରିଛନ୍ତି। ହେଲେ ସ୍ପାଇସ ଜେଟ୍ ଦିଲ୍ଲୀରୁ ହଙ୍ଗକଙ୍ଗ ରୁଟରେ ସେବା ଜାରି ରଖିଛି। ୧ ଫେବୃଆରୀରେ ଏୟାର ଇଣ୍ଡିଆର ଦୁଇ ବିମାନ ଚୀନରୁ ୬୪୭ ଭାରତୀୟଙ୍କୁ ଭାରତ ନେଇ ଆସିଛି। ମାଲଦ୍ୱୀପର ୭ ଲୋକ ମଧ୍ୟ ଏହି ବିମାନ ଯୋଗେ ଭାରତ ଆସିଥିଲେ। ଏଯାବତ ୩ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2w2JB7M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages