ପ୍ରାଣଘାତୀ କରୋନା; ଚୀନ୍‌ରେ ନେଲାଣି ହଜାରେ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

ପ୍ରାଣଘାତୀ କରୋନା; ଚୀନ୍‌ରେ ନେଲାଣି ହଜାରେ ଜୀବନ

ବେଜିଂ: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଏହି ମାରାତ୍ମକ  ଭାଇରସ ଜନିତ ମୃତ୍ୟୁସଂଖ୍ୟା କମିବା ପରିବର୍ତ୍ତେ ହୁହୁ ହୋଇ ବଢ଼ିବାରେ ଲାଗିଛି। କେବଳ ଚୀନ୍‌ରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୦୦ରେ ପହଞ୍ଚିଛି ।

ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାଛଡ଼ା ଗତକାଲି କେବଳ ୨ ହଜାର ୯୭ ଜଣ ନୂଆ  କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ୨୪ଟି ଦେଶରେ ୩୧୯ ଜଣଙ୍କଠାରେ କରୋନା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଛି । ରୋଗୀଙ୍କ ଦେଖାଶୁଣା କରୁଥିବା ୧ ଲକ୍ଷ ୨୩ ହଜାର ୮୨୭ ଜଣ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବି ନଜର ରଖାଯାଇଛି।



from Odisha Reporter https://ift.tt/39vccBb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages