ଦିଲ୍ଲୀ ଭୋଟ୍ ଗଣତି: ବହୁ ଆଗରେ ଆପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

ଦିଲ୍ଲୀ ଭୋଟ୍ ଗଣତି: ବହୁ ଆଗରେ ଆପ୍

ନୂଆଦିଲ୍ଲୀ: ଗତ ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଗଣତି ଚାଲିଛି। ସକାଳ ଆଠଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଖବର ଲେଖାଯିବା ଆପ୍ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ୍ ଠାରୁ ବହୁତ ଆଗରେ ରହିଛି।

୭୦ଟି ଆସନରୁ ୫୫ଟିରେ ଆପ୍ ଆଗରେ ଚାଲିଥିବା ବେଳେ ବିଜେପି ୧୪ଟିରେ ଆଗରେ ରହିଛି। କଂଗ୍ରେସ ଗୋଟିଏ ଆସନରେ ଆଗରେ ଚାଲିଛି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନୂଆଦିଲ୍ଲୀ ଆସନରେ ଆଗୁଆ ରହିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ଆଗୁଆ ରହିଛନ୍ତି।

ଦେଶର ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲର ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଆମ ଆଦମୀ ପୁଣିଥରେ ରେକର୍ଡ ବିଜୟ ହାସଲ କରିବ। ବିଜେପି ୧୦ଟି ଆସନ ମଧ୍ୟରେ ସୀମିତ ରହିବ ଓ କଂଗ୍ରେସ ଖାତା ଖୋଲି ପାରିବ ନାହିଁ କିମ୍ବା ଅତିବେଶୀରେ ଗୋଟିଏ ଆସନ ଜିତିବ।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ଅନୁଯାୟୀ, ଆପ ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ୫୯ରୁ ୬୮, ବିଜେପି ୨ରୁ ୧୧, ଅନ୍ୟାନ୍ୟ ଦଳ ୪-୬ଟି ଆସନ ଜିତିବେ। କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇପାରିବ ନାହିଁ ବୋଲି ଏହା ଆକଳନ କରିଥିଲା।

ଟାଇମ୍ସ ନାଓର ସର୍ଭେ ରିପୋର୍ଟ ଅନୁଯାୟୀ ୭୦ ଲୋକସଭା ଆସନରୁ ଆପ୍ ୪୪, ବିଜେପି ୨୬+, କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ କୌଣସି ଆସନରେ ଜିତି ପାରିବେ ନାହିଁ।

ରିପବ୍ଲିକ ଟିଭି ଜନ କି ବାତର ରିପୋର୍ଟ ଅନୁଯାୟୀ ଆପ୍ ୪୮-୬୧, ବିଜେପି ୯-୨୧, କଂଗ୍ରେସ ୦-୧ ଆସନରେ ଜିତିବ। ନ୍ୟୁଜ ଏକ୍ସ ପୋଲଷ୍ଟାର୍ଟର ରିପୋର୍ଟ ଅନୁଯାୟୀ ଆପ୍ ୫୦-୫୬ଟି ଓ ବିଜେପି ୧୦-୧୪ଟି ଆସନ ଜିତିବେ। କଂଗ୍ରେସ ଏବଂ ଅନ୍ୟାନ୍ୟ ପ୍ରାର୍ଥୀମାନେ କୌଣସି ଆସନରେ ଜିତିପାରିବେ ନାହିଁ।

ସୂଚନାଯୋଗ୍ୟ, ୨୦୧୫ ନିର୍ବାଚନରେ ଆପ୍‌ ୭୦ଟି ଆସନରୁ ୬୭ଟିରେ ଜିତିଥିବା ବେଳେ ବିଜେପି ୩ଟି ଆସନ ପାଇଥିଲା। କିନ୍ତୁ କଂଗ୍ରେସ ଖାତା ଖୋଲି ପାରି ନଥିଲା।



from Odisha Reporter https://ift.tt/2UCA6q9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages