ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 7, 2020

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତା ଗତକାଲି ଧର୍ମଗଡ଼ ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ଭରଣପୋଷଣ ନେଇ ଆଇନଗତ ଲଢ଼େଇ ଲଢ଼ୁଛନ୍ତି । ଏନେଇ ସେ ସ୍ଥାନୀୟ ଏକ ଓକିଲଙ୍କ ସହ ଆଲୋଚନା କରିଥିଲେ। ମହିଳାଙ୍କୁ ସହଯୋଗ କରିବାକୁ କହି ଓକିଲଙ୍କ ପାଖରେ କାମ କରୁଥିବା ମୁନସି ଜଣକ ତାଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଏହାପରେ ତାଙ୍କୁ ଜୋରଜବରଦସ୍ତ ଦୁଇ ଦିନ ଯାଏ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ମହିଳାଜଣଙ୍କ ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତସମ୍ପର୍କରେ ଖୋଳତାଡ଼ କରୁଛି।

ସୂଚନାଯୋଗ୍ୟ, ମହିଳାଜଣଙ୍କର ଦୁଇ ବର୍ଷ ହେବ ସ୍ୱାମୀଙ୍କ ସହ ଛାଡପତ୍ର ହୋଇଯାଇଛି। ସେ  ଛୋଟ ଝିଅ ସହ ନିଜ ବାପ ଘରେ ରହୁଛନ୍ତି।



from Odisha Reporter https://ift.tt/37bXPjo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages