ଉଗ୍ର ହେଉଛି କରୋନା ଭାଇରସ: ମୃତ୍ୟୁସଂଖ୍ୟା ୭୦୦ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 7, 2020

ଉଗ୍ର ହେଉଛି କରୋନା ଭାଇରସ: ମୃତ୍ୟୁସଂଖ୍ୟା ୭୦୦ ଟପିଲା

ବେଜିଂ: ଭୟଙ୍କର କରୋନା ଭାଇରସ ଚାଇନାରେ ଲୋକଙ୍କ ଜୀବନ ନେବାରେ ଲାଗିଛି। ଶୁକ୍ରବାର କରୋନା ଭାଇରସ ୬୩୬ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ଏହିସଂଖ୍ୟା ୭୦୦ ଅତିକ୍ରମ କରିଛି। ଚାଇନାରେ ଏହି ପ୍ରାଣଘାତୀ ଭାଇରସରେ ୭୨୨ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୪୬ରେ ପହଞ୍ଚି ଯାଇଛି। କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବାରୁ ସାରା ବିଶ୍ୱ ଏବେ ବିପଦ ମଧ୍ୟରେ ରହିଛି।

ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଉପ ଚାପ ବଢ଼ିବାରେ ଲାଗିଛି। ଡିସେମ୍ବର ମାସରୁ ଚାଇନାରେ କୋରନା ଭାଇରସ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ କରିଥିବା ଡାକ୍ତରଙ୍କ କଥାକୁ ସରକାର ଅଣଦେଖା କରିଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଯଦି ସରକାର ସେବେଠାରୁ କରୋନା ଭାଇରସ ସମ୍ପର୍କିତ ତଥ୍ୟକୁ ଗୁରୁତର ସହ ନେଇଥାଆନ୍ତେ, ତା’ହେଲେ ଆଜି ଏଭଳି ଭୟଙ୍କର ସ୍ଥିତି ସୃଷ୍ଟି ହୋଇ ନଥାଆନ୍ତା ବୋଲି ଲୋକମାନେ କହିଛନ୍ତି।

ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ଆଉ ୮୬ ଜଣଙ୍କ ଜୀବନ ଯାଇଛି। ଭାଇରସର ପ୍ରାଣକେନ୍ଦ୍ର ହୁବେଇ ପ୍ରଦେଶରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟାନ୍ୟ ପ୍ରାନ୍ତରେ ୭୯ ଜଣଙ୍କ ଜୀବନ ଯାଇଛି। ଭାଇରସରେ ଆକ୍ରାନ୍ତ ହୋଇ ଆଉ ୩,୩୯୯ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪, ୫୪୬ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮ ହଜାରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅନ୍ୟପକ୍ଷରେ ୨୦୦୨-୦୩ରେ ମଧ୍ୟ ଚାଇନା ଓ ହଂକଂରେ ଏସଏଆରଏସ୍‌ ଭାଇରସର ଆତଙ୍କ ଦେଖିବାକୁ ମିଳିଥିଲା। ଏହି ଭାଇରସ ଯୋଗୁ ଚାଇନା ଓ ହଂକଂରେ ୬୫୦ ଜଣଙ୍କ ଜୀବନ ଯାଇଥିଲା। ସେହିପରି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆଉ ୧୨୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ହେଲେ କରୋନା ଭାଇରସ ମୃତ୍ୟୁସଂଖ୍ୟା ଏହାକୁ ଅତିକ୍ରମ କରିଯାଇଛି।

ଏଯାଏ ଚାଇନାରେ ୭୨୨ ଜଣ ପ୍ରାଣ ହରାଇଥିବା ବେଳେ ହଂକଂ ଓ ଫିଲିପାଇନ୍ସରେ ଜଣେ ଲେଖାଏ ଲୋକ ମୃତ୍ୟୁବରଣ କରିଛନ୍ତି। ଏହି ଦୁଇ ଦେଶରେ ୩୩୨ ଜଣ ଲୋକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାବାଦ ବିଶ୍ୱର ଆଉ ୨୮ଟି ଦେଶରେ ମଧ୍ୟ କରୋନା ଭାଇରସର ଆତଙ୍କ ଦେଖିବାକୁ ମିଳିଛି।



from Odisha Reporter https://ift.tt/2w1eJo7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages