କିଶୋରୀ ବଲାଲଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

କିଶୋରୀ ବଲାଲଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ଓ କନ୍ନଡ଼ ଫିଲ୍ମର ଭେଟେରାନ୍ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ ହୋଇଯାଇଛି। ଗତକାଲି ରାତିରେ ବେଲାଙ୍ଗାଲୁରୁର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ବହୁତ କନ୍ନଡ଼ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା କିଶୋରୀ ବଲାଲଙ୍କୁ ୨୦୦୪ରେ ରିଲିଜ୍ ହୋଇଥିବା ଶାହାରୁଖ୍ ଖାନ୍‌ଙ୍କ ଫିଲ୍ମ ‘ସ୍ୱଦେଶ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶାହାରୁଖ୍‌ଙ୍କ ମା’ ଭାବେ କାବେରୀ ଆମ୍ମା ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ବୟସ ବଢ଼ିବା ଅନୁଯାୟୀ କିଶୋରୀ ବଲାଲଙ୍କୁ ବାର୍ଦ୍ଧକ୍ୟଜନିତ ଅନେକ ରୋଗଗ୍ରାସ କରିଥିଲା। ତାଙ୍କ ପରଲୋକରେ ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ନିର୍ମାତା ଓ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଦୁଃଖ ପ୍ରକାଶ କରିଛନ୍ତି। କିଶୋରୀ ବାଲା ଜଣେ ବହୁତ ବଢ଼ିଆ ମଣିଷ ଥିଲେ ବୋଲି ସେ ଟ୍ୱିଟ୍ କରି କହିଛନ୍ତି। ସେହିପରି ‘ସ୍ୱଦେଶ’ରେ ‘କାବେରୀ ଆମ୍ମା’ ଚରିତ୍ର ପାଇଁ ସେ ସବୁବେଳେ ମନେ ରହିବେ ବୋଲି ଲେଖିଛନ୍ତି। ସୂଚନାଯୋଗ୍ୟ, ‘ସ୍ୱଦେଶ’ ଫିଲ୍ମର ନିର୍ଦ୍ଦେଶନା ଆଶୁତୋଷ ହିଁ ଦେଇଥିଲେ।



from Odisha Reporter https://ift.tt/2SGHnUc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages