ଦିଲ୍ଲୀ ଜନାଦେଶ: ୩୧ ହଜାର ଭୋଟରେ ଆଗୁଆ ଚାଲିଛନ୍ତି କେଜ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

ଦିଲ୍ଲୀ ଜନାଦେଶ: ୩୧ ହଜାର ଭୋଟରେ ଆଗୁଆ ଚାଲିଛନ୍ତି କେଜ୍ରି

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ କ୍ଷମତା ଦଖଲ ଅଭିମୁଖେ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଗଣତି ମଧ୍ୟରେ ସମସ୍ତଙ୍କ ନଜର ଦିଲ୍ଲୀ ଆସନ ଉପରେ ରହିଛି। କାରଣ କ୍ରମାଗତ ତୃତୀୟଥର ପାଇଁ ଖୋଦ କେଜ୍ରିୱାଲ ଏହି ଆସନରୁ ଲଢ଼ୁଛନ୍ତି। ତାଙ୍କୁ ହରାଇବା ପାଇଁ ୨୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ କେଜ୍ରିୱାଲ ଏବେ ଯାଏ ଗଣତି ହୋଇଥିବା ଟ୍ରେଣ୍ଡ ଅନୁଯାୟୀ, ୩୧, ୫୮୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ତାଙ୍କ ପଛକୁ ବିଜେପି ପ୍ରାର୍ଥୀ ବହୁ ପଛରେ ରହିଛନ୍ତି।

ଏବିସିଡି ଜିଲ୍ଲା ଅଧୀନରେ ଦିଲ୍ଲୀ ନିର୍ବାଚନମଣ୍ଡଳୀ ରହିଛି। ସେହିପରି ନୂଆଦିଲ୍ଲୀ ଲୋକସଭା ଅଧୀନରେ ଏହି ଆସନ ଆସୁଛି। ୨୦୧୯ ଲୋକସଭା ନିର୍ବାଚନ ବେଳେ କେଜ୍ରିୱାଲ ଏଠାରେ ପ୍ରଚାର କରିଥିଲେ। ହେଲେ ବିଜେପି ଏଠାରେ ବାଜିମାତ କରିଥିଲା।

କେବଳ ଏହି ଗୋଟିଏ ଆସନ ନୁହେଁ, ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ବିଜେପି ଦଖଲରେ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀରେ ହାସଲ କରିଥିବା ସଫଳତାକୁ ବିଧାନସଭାରେ ଦୋହରାଇବାକୁ ଚେଷ୍ଟା କରିଛି। ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ପାଇଁ ଦିଲ୍ଲୀ ଏବେ ବି ବହୁଦୂର ବୋଲି ଦେଖିବାକୁ ମିଳିଛି।



from Odisha Reporter https://ift.tt/39qrXt2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages