୧୬ ଲକ୍ଷ ଟଙ୍କା ଆତ୍ମସାତ୍‌ ଘଟଣା ; ସରପଞ୍ଚ ଓ ଜେଇଙ୍କ ପରେ ଆସିଣ୍ଟାଣ୍ଟ ଇଞ୍ଜିନିୟରଙ୍କ ନାଁରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

୧୬ ଲକ୍ଷ ଟଙ୍କା ଆତ୍ମସାତ୍‌ ଘଟଣା ; ସରପଞ୍ଚ ଓ ଜେଇଙ୍କ ପରେ ଆସିଣ୍ଟାଣ୍ଟ ଇଞ୍ଜିନିୟରଙ୍କ ନାଁରେ ମାମଲା ରୁଜୁ

ଆଳି(ବନମାଳୀ ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ପଦନିପାଳ ପଞ୍ଚାୟତରେ ଅଙ୍ଗନବାଡ଼ି କେନ୍ଦ୍ରକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ପାଖାପାଖି ୧୬ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗରେ ଆସିଣ୍ଟାଣ୍ଟ ଇଞ୍ଜିନିୟର ଦୀପକ କୁମାର ବେହେରାଙ୍କ ନାଁରେ ଗତକାଲି ଆଳି ଥାନାରେ ଏତଲା ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ସରପଞ୍ଚ ରାକେଶ ରୋସନ ରାଉତ, ଜେଇ ମନୋଜ କୁମାର ବେହୁରିଆଙ୍କ ନାଁରେ ୨ ଦିନ ପୂର୍ବେ ମାମଲା ରୁଜୁ ହୋଇଥିଲା।

ଏହି ଅର୍ଥ ଆତ୍ମସାତ୍‌ ଘଟଣାରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ବିଡିଓଙ୍କ ସମ୍ପୃକ୍ତି ଥିଲେ ମଧ୍ୟ ସେମାନଙ୍କୁ ଖସାଇଦେବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ଅନୁଯାୟୀ, ପଦନିପାଳ ପଞ୍ଚାୟତରେ ରାଜୀବ ଗାନ୍ଧି ସେବା କେନ୍ଦ୍ର ନିର୍ମାଣ ହୋଇ ନଥିବା ବେଳେ ଜେଇ କାଗଜପତ୍ରରେ ମିଥ୍ୟା ବିଲ୍‌ କରିଥିଲେ। ଆଉ ଏହି ବିଲ୍‌କୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ଚେକ୍‌ ମେଜର ମେଣ୍ଟ କରିବା ପରେ ଆଳି ବିଡିଓଙ୍କ ଡଙ୍ଗଲରୁ ପେମେଣ୍ଟ ହୋଇଥିଲା।  ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଆକ୍ରୋଶକୁ ଦେଖି ଗତକାଲି ଆସିଣ୍ଟାଣ୍ଟ ଇଞ୍ଜିନିୟର ଦୀପକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। 

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦେଇଥିବା ଏତଲାରେ ଦର୍ଶାଇଥିଲେ ଯେ, ସୋଶାଲ୍ ମିଡିଆରେ ଆସିଥିବା ଖବର ତଥା ସୋଶାଲ୍ ଅଡିଟ୍‌ ଆଧାରରେ ସେ ଘଟଣାର ତଦନ୍ତ କରିବାକୁ ଫେବୃଆରୀ ୭ ତାରିଖରେ ପଦନିପାଳ ପଞ୍ଚାୟତକୁ ଯାଇଥିଲେ। ତାଙ୍କ ସହିତ ଆଳି ବିଡିଓ ବି ସେଠାକୁ ଯାଇଥିଲେ। ତଦନ୍ତରୁ ସେଠାରେ କୌଣସି ନୂତନ କୋଠା ନିର୍ମାଣ ହୋଇ ନ ଥିବା ସ୍ପଷ୍ଟ ହୋଇଥିଲା।

ଯେଉଁ କୋଠାଟିକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବୋଲି କୁହାଯାଉଛି, ତାହା ଏକ ଓବିବି କୋଠା, ଯାହା ପୂର୍ବରୁ ଅସମ୍ପୂର୍ଣ୍ଣ ହୋଇ ରହିଥିଲା ଓ ସେଠାରେ ପଦନିପାଳ ହରିଜନ ସାହିର ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି। ତେଣୁ ସୋଶାଲ୍ ମିଡିଆ ଖବର ଓ ସୋଶାଲ୍ ଅଡିଟ୍‌ ରିପୋର୍ଟରେ ସତ୍ୟାସତ୍ୟ ରହିଛି ଏବଂ ସରପଞ୍ଚ  ଓ ଜେଇ ଓ ଆସିଣ୍ଟାଣ୍ଟ ଇଞ୍ଜିନିୟର ଏହି ଦୁର୍ନୀତିରେ ସିଧାସଳଖ ସଂପୃକ୍ତ ଅଛନ୍ତି।

ଉଭୟ ଜେଇ ଓ ଆସିଣ୍ଟାଣ୍ଟ ଇଞ୍ଜିନିୟରଙ୍କୁ ନିଲମ୍ବନ ନିମନ୍ତେ ଆଜି ପଞ୍ଚାୟତରାଜ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ  ଚିଠି ଲେଖାଯିବ ବୋଲି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 



from Odisha Reporter https://ift.tt/2vZhMNt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages