ମନୋଜ କୁମାରଙ୍କୁ ସମ୍ମାନିତ କଲା ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍‌- ଲଣ୍ଡନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

ମନୋଜ କୁମାରଙ୍କୁ ସମ୍ମାନିତ କଲା ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍‌- ଲଣ୍ଡନ’

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାର୍‌ଙ୍କୁ ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍‌- ଲଣ୍ଡନ’ ସମ୍ମାନିତ କରିଛି। ଭାରତୀୟ ସିନେମା ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ  ‘ଡବ୍ଲୁବିଆର୍ ଗୋଲ୍ଡେନ୍ ଏରା ଅଫ୍ ବଲିଉଡ୍’ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି।

୮୨ ବର୍ଷୀୟ ମନୋଜ କୁମାରଙ୍କୁ ଏହି ପୁରସ୍କାର ସୁପ୍ରିମକୋର୍ଟର ଓକିଲ ତଥା ‘ୱାର୍ଲ୍ଡ ବୁକ୍‌ ଅଫ୍ ରେକର୍ଡ଼ସ୍’ ଅଧକ୍ଷ ସନ୍ତୋଷ ଶୁକ୍ଳା, ଉପାଧକ୍ଷ ଉସମାନ୍‌ ଖାନ୍‌ ଓ ପ୍ରଫେସର୍ ରାଜୀବ ଶର୍ମା ପ୍ରଦାନ କରିଥିଲେ। ଏହି ସମ୍ମାନ ତାଙ୍କୁ ତାଙ୍କ ଜନ୍ମଦିନରେ ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥାବସ୍ଥା ଠିକ୍‌ ନଥିବାରୁ ସେ ଏହି ସମ୍ମାନ ଗ୍ରହଣ କରିବାକୁ ପହଞ୍ଚି ପାରିନଥିଲେ।

ମନୋଜ କୁମାରଙ୍କ ପ୍ରକୃତ ନାଁ ହରିକ୍ରିଷ୍ଣା ଗିରି ଗୋସ୍ୱାମୀ। ସେ ଜଣେ ରୋମାଣ୍ଟିକ୍ ହିରୋ ଭାବେ ନିଜ କ୍ୟାରିୟର ଆରମ୍ଭ ଥିଲା। ତାଙ୍କ ଡେବ୍ୟୁ ଫିଲ୍ମ ଥିଲା ୧୯୬୦ରେ ଆସିଥିବା ‘କାଞ୍ଚ୍‌ କି ଗୁଡ଼ିଆ’। ପରବର୍ତ୍ତୀ ସମୟରେ ସେ ଦେଶାତ୍ମକବୋଧ ଫିଲ୍ମରେ ଅଧିକରୁ ଅଧିକ ଅଭିନୟ କରିଥିଲେ ଓ ନିର୍ଦ୍ଦେଶନା ବି ଦେଇଥିଲେ।

ବିଶେଷ କରି ‘ପୂରବ ଔର ପଶ୍ଚିମ୍’, ‘ଉପକାର୍’ ଓ ‘କ୍ରାନ୍ତି’ ‘ହରିୟାଲି ଓ ରାସ୍ତା’, ‘ୱ କୌନ୍ ଥି’, ‘ହିମାଲୟ କି ଗୋଦ୍ ମେଁ’, ‘ଦୋ ବୋଦନ୍’, ‘ଶହୀଦ’ ଓ ‘ରୋଟି କପଡ଼ା ଔର ମକାନ୍’ ପରି ତାଙ୍କର କିଛି ହିଟ୍‌ ଫିଲ୍ମ ଦର୍ଶକଙ୍କର ପ୍ରଶଂସା ସାଉଁଟିଛି। ‘ଉପକାର୍’ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହା ବ୍ୟତୀତ ୧୯୯୨ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଓ ୨୦୧୫ରେ ‘ଦାଦା ସାହେବ ଫାଲ୍‌କେ ସମ୍ମାନ’ରେ ସମ୍ମାନିତ କରିଥିଲେ।



from Odisha Reporter https://ift.tt/2SNlIda

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages