ମୁମ୍ବାଇ: ଗତକାଲି ଫିଲ୍ମି ଫ୍ରାଇଡେ’ରେ ବକ୍ସ ଅଫିସ୍ରେ ପରସ୍ପରକୁ କଡ଼ା ଟକ୍କର ଦେଇଛନ୍ତି ଭିକ୍କି କୌଶଲ୍ ଓ ଆୟୁଷ୍ମାନ ଖୁରାନା। ହେଲେ ଏଥିର ବାଜି ମାରି ନେଇଛନ୍ତି ଆୟୁଷ୍ମାନ୍। ସୂଚନା ମୁତାବକ ପ୍ରଥମ ଦିନରେ ବମ୍ପର ଆୟ କରିଛି ତାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ୍’। ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ। ଏଥିରେ ସବୁଥର ପରି ନିଆରା ଅନ୍ଦାଜରେ ପୁଣିଥରେ ଆୟୁଷ୍ମାନ ଦର୍ଶକଙ୍କ ମନ ଜିତିଛନ୍ତି। ଫିଲ୍ମ ସମୀକ୍ଷକ ତରନ ଆଦର୍ଶଙ୍କ ଅନୁଯାୟୀ ଫିଲ୍ମଟି ପ୍ରଥମ ଦିନରେ ୯.୫୫ କୋଟି ଟଙ୍କା ଆୟ କରିଛି।
#ShubhMangalZyadaSaavdhan fares very well on Day 1… #Delhi–#NCR, #Punjab perform best… #Mumbai picks up… Brand #AyushmannKhurrana + #MahaShivratri partial holiday contribute… Important to score on Day 2 and 3… Fri ₹ 9.55 cr. #India biz. #SMZS
— taran adarsh (@taran_adarsh) February 22, 2020
ଏହି ଫିଲ୍ମଟି ୨୦୧୭ରେ ଆସିଥିବା ‘ଶୁଭ ମଙ୍ଗଳ ସାବଧାନ୍’ର ଦ୍ୱିତୀୟ ସିରିଜ୍। ହିତେଶ କେୱଲ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଆୟୁଷ୍ମାନଙ୍କ ସହ ଜିତେନ୍ଦ୍ର କୁମାର, ଭୂମି ପେଡନେକର, ନୀନା ଗୁପ୍ତା ଓ ଗଜରାଜ ରାଓ ପ୍ରମୁଖ ଅଭିନୟ କରିଛନ୍ତି।
ଅନ୍ୟପଟେ ଭିକ୍କି କୌଶଲଙ୍କ ଫିଲ୍ମ ‘ଭୂତ୍’ ବକ୍ସ ଅଫିସରେ ସେତେ ଭଲ ପ୍ରଦର୍ଶନ କରିପାରି ନାହିଁ। ଫିଲ୍ମ ସମୀକ୍ଷକ ତରନ ଆଦର୍ଶଙ୍କ ସୂଚନା ଅନୁଯାୟୀ ପ୍ରଥମ ଦିନରେ ଏହା ୫.୧୦ କୋଟି ଟଙ୍କା ଆୟ କରିଛି । ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଭିକ୍କିଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି । ହେଲେ ଫିଲ୍ମର କାହାଣୀକୁ ଦର୍ଶକଙ୍କୁ ସେତେଟା ଖୁସି କରିପାରିନାହିଁ ।
#Bhoot opens on expected lines… The genre has its loyal audience in mass pockets + with strong title-value, should’ve opened to higher numbers… #MahaShivratri partial holiday also contribute to its total… Needs to increase speed on Day 2 and 3… Fri ₹ 5.10 cr. #India biz.
— taran adarsh (@taran_adarsh) February 22, 2020
‘ଭୂତ୍’ଟି ଏକ ହରର୍ ଥ୍ରୀଲର ଫିଲ୍ମ। ଏଥିରେ ଭିକ୍କିଙ୍କ ସହ ଲିଡ୍ ରୋଲରେ ନଜର ଆସିଛନ୍ତି ଭୂମି ପେଡନେକର। ଏହାର ନିର୍ଦ୍ଦେଶନା ଭାନୁ ପ୍ରତାପ ସିଂହ ଦେଇଥିବା ବେଳେ କରଣ ଜୋହର ଓ ଶଶାଙ୍କ ଖେତାନ ମିଳିତ ଭାବେ ଏହାର ପ୍ରଯୋଜନା କରିଛନ୍ତି।
from Odisha Reporter https://ift.tt/37MgX7R
No comments:
Post a Comment