ଇସ୍ରୋର ୧୮୨ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଦଶମ, ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ଇସ୍ରୋର ୧୮୨ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଦଶମ, ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍‌

ନୂଆଦିଲ୍ଲୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋରେ ଖାଲି ପଡ଼ିଥିବା ୧୮୨ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ୬ ମାର୍ଚ୍ଚ ୨୦୨୦ ମଧ୍ୟରେ ଆବେଦନ କରନ୍ତୁ।

ମୋଟ ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ ୧୮୨। ଏଥିରେ ଟେକ୍ନିସିଆନ୍‌, ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ, ଲାଇବ୍ରେରୀ ଆସିଷ୍ଟାଣ୍ଟ, ହିନ୍ଦୀ ଟାଇପିଷ୍ଟ, ଫାୟାର୍‌ ମ୍ୟାନ୍‌, ଲାଇଟ୍‌ ଭେହିକ୍‌ଲ୍‌ ଡ୍ରାଇଭର୍‌ ପରି ପଦବୀ ରହିଛି।

ଯୋଗ୍ୟତା

ଏହିସବୁ ପଦ ପାଇଁ ଦଶମ, ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍‌ ପଢ଼ିଥିବା ଆବେଦନକାରୀ ଆବେଦନ କରିପାରିବେ। ପଦକୁ ନେଇ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି।

ବୟସସୀମା

– ସମସ୍ତ ପଦ ପାଇଁ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ଅତି କମ୍‌ରେ ୧୮ ବର୍ଷ ହୋଇଥିବା ଆବଶ୍ୟକ।

– ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ, ସାଇଣ୍ଟିଫିକ୍‌ ଆସିଷ୍ଟାଣ୍ଟ୍‌, ଲାଇବ୍ରେରୀ ଆସିଷ୍ଟାଣ୍ଟ, ଟେକ୍ନିସିଆନ୍‌, ଡ୍ରାପ୍ଟସ୍‌ମ୍ୟାନ୍‌, କୁକ୍‌ ଓ ଡ୍ରାଇଭର୍ ପଦ ପାଇଁ ସର୍ବାଧିକ ବୟସ ୩୫ ବର୍ଷ ରହିଛି।

– ହିନ୍ଦୀ ଟାଇପିଷ୍ଟ, କେଟରିଙ୍ଗ ଆଟେଣ୍ଡାଣ୍ଟ୍‌ ପାଇଁ ସର୍ବାଧିକ ବୟସ ୨୬ ବର୍ଷ ଏବଂ ଫାୟାର୍‌ ମ୍ୟାନ୍‌ ପଦ ପାଇଁ ସର୍ବାଧିକ ବୟସ ୨୫ ବର୍ଷ ରହିଛି।

ଆବେଦନ ଶୁଳ୍କ ୨୫୦ ଟଙ୍କା ରହିଛି। ଲିଖିତ ପରୀକ୍ଷା ଓ ଦକ୍ଷତା ପରୀକ୍ଷା ଆଧାରରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ। ଅଧିକ ସୂଚନା ପାଇଁ www.isro.gov.in ଅଫିସିଆଲ୍‌ ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।



from Odisha Reporter https://ift.tt/2SygCBt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages