କେନ୍ଦ୍ର ଆବେଦନ ସୁପ୍ରିମକୋର୍ଟରେ ଖାରଜ: ସେନା ନିଯୁକ୍ତିରେ ପୁରୁଷ ମହିଳା ସମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

କେନ୍ଦ୍ର ଆବେଦନ ସୁପ୍ରିମକୋର୍ଟରେ ଖାରଜ: ସେନା ନିଯୁକ୍ତିରେ ପୁରୁଷ ମହିଳା ସମାନ

ନୂଆଦିଲ୍ଲୀ: ସେନା ବାହିନୀରେ ମହିଳାଙ୍କ ବଡ଼ ବିଜୟ ହୋଇଛି। ସ୍ଥଳ ସେନାରେ ମହିଳା ଅଧିକାରୀଙ୍କୁ ଏଣିକି ସ୍ଥାୟୀ ପଦପଦବୀ ମିଳିବ। ଆଜି ଏହି ମର୍ମରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ପୂର୍ବରୁ ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ସେନା ବାହିନୀରେ ମହିଳା ଅଫିସରମାନଙ୍କୁ ସେନା ବାହିନୀରେ ପୁରୁଷ ଅଧିକାରୀଙ୍କ ପରି ସ୍ଥାୟୀ କମାଣ୍ଡିଂ ପଦପଦବୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ କେନ୍ଦ୍ର ସରକାର ଗ୍ରହଣ କରି ନଥିଲେ ଏବଂ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ସୁପ୍ରିମକୋର୍ଟ କେନ୍ଦ୍ରର ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିସହ ସରକାରଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ପୁରୁଷଙ୍କ ଭଳି ସେନାରେ ମହିଳାଙ୍କ ନିଯୁକ୍ତି ପାଇଁ ମଧ୍ୟ ସମାନ ନୀତି ଅବଲମ୍ବନ କରାଯିବ। ସେନା ବାହିନୀରେ ସର୍ବଦା ସମାନତା ରହିବା ଦରକାର ବୋଲି ମଧ୍ୟ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ନୀତି ଲାଗୁ କରିବା ପାଇଁ ୩ ମାସ ସମୟ ଦେଇଛନ୍ତି।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ ମାମଲାର ବିଚାର କରି କହିଛନ୍ତି ଯେ ସେନାରେ ମହିଳାଙ୍କ ନିଯୁକ୍ତି ଏକ ବିକାଶବାଦୀ ପ୍ରକ୍ରିୟା। ସୁପ୍ରିମକୋର୍ଟ କେବେ ହେଲେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇ ନଥିଲେ। ତଥାପି କେନ୍ଦ୍ର ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିନାହାନ୍ତି। ସେନାରେ କାର୍ଯ୍ୟରତ ସମସ୍ତ ମହିଳା ଅଧିକାରୀଙ୍କ କ୍ଷେତ୍ରରେ ପୁରୁଷଙ୍କ ପରି ସମାନ ପୋଷ୍ଟିଂନୀତି ଲାଗୁ ହେବ। ଏହି ସମୟରେ ସେମାନେ କେବେ ନିଯୁକ୍ତି ପାଇଛନ୍ତି ତା’ର ବିଚାର କରାଯିବ ନାହିଁ।

କେନ୍ଦ୍ର ସରକାର ଲିଙ୍ଗଗତ ଦୃଷ୍ଟିରୁ ମହିଳା ଅଧିକାରୀଙ୍କ ପାଇଁ କମାଣ୍ଡ ପୋଷ୍ଟିଂରେ ସ୍ଥାୟୀ ନିଯୁକ୍ତିକୁ ବିରୋଧ କରୁଥିଲେ। ହେଲେ କୋର୍ଏଟ କହିଛନ୍ତି ଯେ କେନ୍ଦ୍ରର ଏହି ମାନସିକତାରେ ପରିବର୍ତ୍ତନ ଆସିବା ଆବଶ୍ୟକ। ସେନା ବାହିନୀରେ ପୁରୁଷ ଅଧିକାରୀଙ୍କ ପାଇଁ ଯାହା ସବୁ ରହିଛି, ମହିଳାଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ହେବା ଉଚିତ। ଏଭଳି ପାତରଅନ୍ତର ମହିଳା ଓ ସେନା ବାହିନୀ ପାଇଁ ଅପମାନ। ସେନାରେ କେବେ ହେଲେ ଲିଙ୍ଗଗତ ଭେଦଭାବ ରହିବା ଠିକ ନୁହେଁ। ମହିଳାମାନଙ୍କୁ ଦୁର୍ବଳ ଲିଙ୍ଗର ଭାବିବା ଭୁଲ। ସେନାର ନନ୍‌ କମ୍ବାଟ ସର୍ଭିସରେ ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ଦୃଷ୍ଟିରେ ଦେଖିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।

ଗତବର୍ଷ କେନ୍ଦ୍ର ସରକାର ସ୍ଥଳ ସେନାରେ ମହିଳା ଅଧିକାରୀମାନଙ୍କୁ ୧୦ଟି ବ୍ରାଞ୍ଚରେ ସ୍ଥାୟୀ କମିଶନ ପାଇଁ ଅନୁମତି ଦେଇଥିଲେ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସିଗନାଲ, ଇଞ୍ଜିନିୟର୍ସ, ଆର୍ମି ଆଭିଏସନ, ଆର୍ମି ଏୟାର ଡିଫେନ୍ସ, ଇଲେକଟ୍ରୋନିକ୍ସ, ଆର୍ମି ସର୍ଭିସ କ୍ରପ୍ସ, ଆର୍ମି ଅର୍ଡିନାସ କ୍ରପ୍ସ ଓ ଗୁଇନ୍ଦା ବିଭାଗରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ କରାଯାଇଥିଲା। ତେବେ ୨୦୧୪ ପରେ ସେନା ସାମିଲ ହୋଇଥିବା ମହିଳା ଅଧିକାରୀଙ୍କୁ ହିଁ ସ୍ଥାୟୀ କମିଶନର ସୁଯୋଗ ମିଳିବ ବୋଲି ସରକାର ସର୍ତ୍ତ ରଖିଥିଲେ।



from Odisha Reporter https://ift.tt/2OYFLDi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages